STORYMIRROR

RAJANI KANTA SAHU

Abstract Drama Others

4  

RAJANI KANTA SAHU

Abstract Drama Others

ଖରା

ଖରା

1 min
16

ଖରା,

ଏବେ ଏ ସହରର

ଭାରି କୋମଳ ଆଉ ମିଠା

ଇଛା ହୁଏ ଆଁ କରି

ମୁଠା ମୁଠା ଖାଇଯିବାକୁ,

ପବନରେ ଶୀତଳତା

ନୂଆ ଏକ ମାଦକତା

ଇଛା ହୁଏ ତାକୁ ପାନ କରି

ନୂଆ ଏକ ଦୁନିଆରେ ହଜିଯିବାକୁ.


ଖରା,

କୋମଳ ଖରା,

ମିଠା ଖରା,

ବିଂଚି ହେଇଛି ଘାସ ସାରା,

ଛୁଆଙ୍କ ସହିତ ମିଶି

ଖେଳେ ପୁଣି ଦିନ ସାରା ।।


ଖରା,

ଏବେ ଏବେ ଏଠି ଥିଲା

ଏବେ ସେଠି ଅଛି

ଗଛ ଗହଳରେ ବୁଲେ 

ପୁଣି ଲୁଚି ଲୁଚି,

ଡେଁଇଯାଏ ଘର ଠୁଁ ଘର,ଛାତ ଠୁଁ ଛାତ

ଇଛା ହୁଏ ରାତୀ ଲାଗି ରଖିଦିଅନ୍ତି

ପକେଟରେ ଭରି କିଛି ।।


ଖରା,

ଭାରି ଚଗଲା

ଭାରି ଚଂଚଳ

କୁକୁର ପିଠିରେ ବସି ବୁଲେ

ଗାଈର ଚିରରୁ କ୍ଷୀର ପିଏ,

ମୁଁ ଧରିବାକୁ ଗଲେ

ଦୂରେ ଥାଇ ହସୁଥାଏ ।।


ଖରା,

ଏତେ କୋମଳ

ଏତେ ମିଠା,ଯେ

ଇଛା ହୁଏ ଆଁ କରି

ମୁଠା ମୁଠା ଖାଇଯିବାକୁ,

ଦେହ ସାରା ବୋଳି ହେଇ

ପଡିଆ ମଝିରେ ଶୋଇ

ନୂଆ ନୂଆ ସ୍ୱପ୍ନ ଗଢିବାକୁ ।।


ଖରା,

ଏ ମିଠା ଖରା

କାଲି ଆସିବକି ନାହିଁ

ଜଣା ନାହିଁ

ଅଜିର ଏ କଅଁଳ ସୂର୍ଯ୍ୟ କାଲି ଉଇଁବକି ନାହିଁ

ଜଣା ନାହିଁ ,

ତଥାପି ତା ବାଟ ଚାହିଁବି କଲିକୁ

କିନ୍ତୁ ମୋ କାଲି

କାଲି ଅସିବକି ନାହିଁ 

ଜଣା ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract