STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଭୋକର ଭୂଗୋଳ

ଭୋକର ଭୂଗୋଳ

1 min
25


ଭୋକର ଭୂଗୋଳ ସହ ଇତିହାସ

ଅଧ୍ୟୟନ ବି ଜରୁରୀ

ପୁଣି ସାମାଜିକ ଓ ଅର୍ଥନୈତିକ

ପରିସ୍ଥିତି ସର୍ବୋପରି

ଅକ୍ଷାଂଶ ଦ୍ରାଘିମା ସହ ପରିଚିତ

ହେବା ପରେ ମାନଚିତ୍ର

ଉତ୍କଳର ନଅଙ୍କ ଦୁର୍ଭିକ୍ଷ କଥା

ଇତିହାସରେ ଜୀବିତ

ଜୀବନ ସହିତ ଭୋକ ସମ୍ଭବତଃ

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

ପଞ୍ଚ ଇନ୍ଦ୍ରିୟ ଓ ପଚିଶ ପ୍ରକୃତି

ଭୋକ ନିବାରଣେ ବ୍ୟସ୍ତ

ମଣିଷ ମନର ଇପ୍ସିତ ଭାବନା

ପୂରଣ ନ ହେଲେ ଭୋକ

ଭୋକ ମେଣ୍ଟାଇବା ପାଇଁ ପଦକ୍ଷେପ

ହେଉ, ନ ହେଉ ସାର୍ଥକ

ବଞ୍ଚିବାର ମୁଖ୍ୟ ଉପାଦାନ ଅର୍ଥେ

ଜୀବନ ସାରା ସଂଘର୍ଷ

ଜନ୍ମ ରୁ ମୃତ୍ୟୁ ସମୟ ଭିତରେ

ଭୋକ ଲୋପର ପ୍ରୟାସ

ପେଟ ଭୋକ ନିବାରଣ ପାଇଁ କର୍ମ

ଜୀବନ ସାରା କ୍ରମଶଃ

ଘର ପାଖେ ଅବା ଦାଦନ ଖଟଣୀ 

ଭୋକ ପାଇଁ ଅବଶୋଷ

ଭୋକ ପେଟ ନିଦାଘ ର ଜ୍ଵାଳା ସମ

ଜଳି ଉଠେ ତନ ମନ

ଅତ୍ୟାଚାର ହେଉ ଅବା ନିର୍ଯାତନା

ମୁଠେ ଦାନା ପ୍ରୟୋଜନ ।


ଅଭାବ ଓ ଅନାଟନ ପରିସ୍ଥିତି

କ୍ରମେ ନିଏ ଭୋକ ରୂପ

ପେଟ ଚାଖଣ୍ଡେ ମାତ୍ର ପ୍ରବାଦ ରେ

କିନ୍ତୁ ଭୋକ ହିଁ ଅମାପ 

ଭିକ୍ଷାର୍ଥିର ଭୋକିଲା ଆଖିରେ ପ୍ରାୟ

ସ୍ପଷ୍ଟ ଭୋକ ପରିଭାଷା

କ୍ଷୁଧାର୍ଥ ବାଛୁରୀ ହମ୍ବା ରଡ଼ି ସ୍ୱରେ 

ଭୋକ ଜଣାଏ ସହସା

ସ୍ତନ୍ୟପାୟୀ ଶିଶୁ ବିକଳ କ୍ରନ୍ଦନେ 

ମା' ମନ ପ୍ରାଣେ ଭୋକ

ପେଟର ଭୋକ କୁ ସ୍ୱର ଇଶାରା ରେ

ବୁଝି ହୁଅଇ ପ୍ରତ୍ୟକ୍ଷ

ସମାଜରେ ଘଟୁଥିବା ଅଘଟଣ

ଆଢ଼ୁଆଳେ ଉହ୍ୟ ଭୋକ

ତନ ମନ ମାନ ପୁଣି କ୍ଷମତାରେ

ଭୋକ ଭାବର ଉଦ୍ରେକ ।


ଭୋକର ଭୂଗୋଳ ପୁସ୍ତକ ମୁଖସ୍ଥ

କାମ ନ ପାଇ ଶ୍ରମିକ

ନିରାଶ୍ରୟ ବାପାମା ଛେଉଣ୍ଡ ପିଲା

ଭୋକ ସମୟର ଡାକ

ଭୋକ ନିବାରଣ ପାଇଁ ମଣିଷର

ପ୍ରୟାସ ବି ଅହରହ

ପେଟ ଭୋକ ଅବା ମାନସିକ ଭୋକ

ଭୋକ ନାମରେ ଅଥୟ

ଭୋକ ବାହାନାରେ ଅପକର୍ମ ଚିନ୍ତା

ମନରୁ ଦୂରେଇ ଯାଉ

ହୃଦୟରେ ମାନବିକତାର ଭାବ

ସଦା ଜାଗ୍ରତ ଥାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama