ପ୍ରକୃତି ରାଣୀ
ପ୍ରକୃତି ରାଣୀ


ପ୍ରକୃତି ରାଣୀ ଲୋ ପ୍ରକୃତି ରାଣୀ
ଦୁଃଖ ଲାଗେ ଶୁଣି ତୋ କାହାଣୀ
ତୁ ତ ସବୁଠୁ ସୁନ୍ଦର ବୋଲି
ଭଲ ପାଉଛନ୍ତି ତତେ
ନାନା ପ୍ରାଣୀ ତୋ ଦେହେ ବାସ କରି
ନଷ୍ଟ କରୁଛନ୍ତି କେତେ
ହାଏ ଲୋ ପ୍ରକୃତି ରାଣୀ
ତତେ ଦୁଃଖ ଦେଇ ଆପଣା ଦୁଃଖକୁ
ଡାକୁଛନ୍ତି ଜାଣି ଜାଣି ।
ଜୀବନଙ୍କ ଭିତରେ ଶ୍ରେଷ୍ଠ ଅଟେ
ଆମର ମଣିଷ ଜାତି
ବିପଦର ନୁଆଁ ପଥ ପ୍ରସ୍ତୁତିରେ
ସିଏ ଯାଇ ଅଛି ମାତି
ହାଏଲୋ ପ୍ରକୃତି ରାଣୀ
ପୋଛିବାକୁ ନାହିଁ କେହି ମଧ୍ୟ ଏଠି
ତୋହରି ଆଖିର ପାଣି ।
ତୋହରି ଦେହରେ କଳକାରଖାନା
ଗଢ଼ି ନାନା ରକମର
ଯେତେ ଯାହା କିଛି କରନ୍ତୁ ସୁବିଧା
ନିଶ୍ଚେ ହେବେ ଛାରଖାର,
ହାଏ ଲୋ ପ୍ରକୃତି ରାଣୀ
ତୁ ଯାହା ମନେ ଭାବୁଛୁ ଭାବୁଥା
ଇଏ ଅଟେ ମନ୍ଦ ବାଣୀ ।