STORYMIRROR

Dr Baman Chandra Dixit

Drama Romance

3  

Dr Baman Chandra Dixit

Drama Romance

ବଉଳ ଲୋ ଶୁଣ

ବଉଳ ଲୋ ଶୁଣ

1 min
210

ମହ ମହ ଜହ୍ନ ରାତି ବଉଳ ଲୋ

ମହ ମହ ଜହ୍ନ ରାତି

କାନେ କହୁ କହୁ ଅଟକି ଯାଉଛୁ

ଦୁଲୁକି ଉଠୁଛି ଛାତି ବଉଳ ଲୋ

ମହ ମହ ଜହ୍ନ ରାତି।


ଛାଇ ନିଦକୁ ସପନ ବଉଳ ଲୋ

ଛାଇ ନିଦକୁ ସପନ

ବଡ଼ି ସକାଳକୁ ଖୁଡ଼ି ଚିରାଡ଼ିଲା

କସମସ ହୁଏ ମନ ବଉଳ ଲୋ

ଛାଇ ନିଦକୁ ସପନ।


ନଡ଼ିଆ ଗଛର ଛାଇ ବଉଳ ଲୋ

ନଡ଼ିଆ ଗଛର ଛାଇ

ଅଳସ ଭାଙ୍ଗିଲି ସକାଳୁ ଉଠି ଲୋ

ଭକୁଆ ଭାଉଜ ଭାଇ ବଉଳ ଲୋ

ନଡିଆ ଗଛର ଛାଇ।


ଛିଟ ଶାଢ଼ୀ ଛୋଟ କାନି ବଉଳ ଲୋ

ଛିଟ ଶାଢ଼ୀ ଛୋଟ କାନି

ଚିଠି ପଢ଼ୁଥିଲି ବହିରେ ଲୁଚେଇ

ଦେଖିନେଲା ବଡ଼ ନାନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama