ବଉଳ ଲୋ ଶୁଣ
ବଉଳ ଲୋ ଶୁଣ
ମହ ମହ ଜହ୍ନ ରାତି ବଉଳ ଲୋ
ମହ ମହ ଜହ୍ନ ରାତି
କାନେ କହୁ କହୁ ଅଟକି ଯାଉଛୁ
ଦୁଲୁକି ଉଠୁଛି ଛାତି ବଉଳ ଲୋ
ମହ ମହ ଜହ୍ନ ରାତି।
ଛାଇ ନିଦକୁ ସପନ ବଉଳ ଲୋ
ଛାଇ ନିଦକୁ ସପନ
ବଡ଼ି ସକାଳକୁ ଖୁଡ଼ି ଚିରାଡ଼ିଲା
କସମସ ହୁଏ ମନ ବଉଳ ଲୋ
ଛାଇ ନିଦକୁ ସପନ।
ନଡ଼ିଆ ଗଛର ଛାଇ ବଉଳ ଲୋ
ନଡ଼ିଆ ଗଛର ଛାଇ
ଅଳସ ଭାଙ୍ଗିଲି ସକାଳୁ ଉଠି ଲୋ
ଭକୁଆ ଭାଉଜ ଭାଇ ବଉଳ ଲୋ
ନଡିଆ ଗଛର ଛାଇ।
ଛିଟ ଶାଢ଼ୀ ଛୋଟ କାନି ବଉଳ ଲୋ
ଛିଟ ଶାଢ଼ୀ ଛୋଟ କାନି
ଚିଠି ପଢ଼ୁଥିଲି ବହିରେ ଲୁଚେଇ
ଦେଖିନେଲା ବଡ଼ ନାନୀ।

