STORYMIRROR

Anjana Naik,Anju..Deogarh

Drama Romance

3  

Anjana Naik,Anju..Deogarh

Drama Romance

ଗଙ୍ଗଶିଉଳି

ଗଙ୍ଗଶିଉଳି

1 min
212


ଯେବେ ଅବୟବ ମୋର 

ହୋଇଯାଏ ଜୀବନ୍ମୃତ 

କାହାର ପ୍ରଜ୍ୱଳନରେ !

ଆପଣା ଲୋକଙ୍କ ଦ୍ୱାରା

ବିଶ୍ବାସଘାତକତାର ଛୋଟ ବଡ଼ 

କ୍ଷତରେ ଲହୁଲୁହାଣ ହୋଇ

ହୃଦୟ ଭାଙ୍ଗି ଖଣ୍ଡ ଖଣ୍ଡ ହୁଏ 

ବିଞ୍ଚି ହୋଇ ପଡ଼େ ବିଚ ବଜାରରେ ।।

ଆଉ ତେବେ ମୋର ଅତୀତ ,

ବର୍ତ୍ତମାନ ,ଭବିଷ୍ୟତରେ 

ଲଗାଇଥିବା ବହ୍ନି ଗ୍ରାସ କରିଛି 

ମୋର ପୁନରୁତ୍ପତ୍ତିକୁ ।।

ତଥାପି ଶୁଣେ ମୁଁ 

ଏକାନ୍ତ ବାସରେ ଥାଇ 

ନିଦକତାଭରା ବସନ୍ତ ଦୂତର କୁହରଣକୁ ।। 

ସଖୀ ଯେବେ ବାଟବଣା ହୋଇଯିବ 

ଥରେ ଫେରି ଚାହିଁବ ପଛକୁ

ନିଶ୍ଚୟ ପାଇବ ମୋତେ 

ମୁଁ ଥିବି ନିଃସଙ୍ଗ 

ଆଉ ଚାହିଁ ବସିଥିବି ଅପଲକ ନୟନରେ 

ତମ ଫେରିବା ବାଟକୁ ।।

ଜଣାନାହିଁ ମୋର ଥଳକୂଳ 

ତଥାପି କଥା ଦେଉଚି, 

ହାତ ବଢ଼େଇ ନିରାଶ ହେବନି 

ମୋର ସାନିଧ୍ୟକୁ ।।

ତେବେ

ନବ ମଲ୍ଲିକା ଭଳି ପ୍ରସ୍ଫୁଟିତ ହୁଏ 

କାହା ନିଶ୍ବାସ ରେ ମିଶି ଯିବାକୁ

ମୋର ଅଙ୍ଗ ଶୋଭନ କରେ 

ରାତିରେ ଫୁଟି ଚଉଦିଗ ମହକାଇ 

ସକାଳେ ଝଡିଯିବାକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama