Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Drama

3  

Rabindra kumar Sahoo

Abstract Drama

" ଯାତ୍ରା ଏଇ ହୃଦୟର"

" ଯାତ୍ରା ଏଇ ହୃଦୟର"

1 min
168


     କେତେ ଆଶା କେତେ ଭରସା ର

        ସମ୍ଭାରକୁ ନେଇ ଯାତ୍ରା ଏଇ ହୃଦୟର

      କେତେ ଉତ୍ଥାନ ପତନର ସମାହାର

       କେତେ ଯେ ଯନ୍ତ୍ରଣା ଜର୍ଜରିତ

       ଆମ ଏ ମଣିଷ ମନ ଓ ଶରୀର

     ଅସୁମାରୀ ଘାତ ପ୍ରତିଘାତ ର

       ସମଷ୍ଟିକୁ ନେଇ ଯାତ୍ରା ଏଇ ହୃଦୟର ।

    

     କେତେ କେତେ ଲାଞ୍ଛନା, ଭର୍ତ୍ସନା କୁ

       ଧରିଛି ଆଜି ବି ଏ ହୃଦୟ ମୋହର

     କେତେ କେତେ ସୁନ୍ଦରୀଙ୍କ 

        ପ୍ରତାରଣାର ଗନ୍ତାଘର

     ଅଜସ୍ର ସାମୁଦ୍ରିକ ଝଡ ବାତ୍ୟା ର

      ଅଟେ ଏହା ଆଶ୍ରୟସ୍ଥଳ

     ଏ ସବୁର ସମାହାରେ ଗତି କରେ

        ଯାତ୍ରା ଏଇ ମୋ ହୃଦୟର ।


     ମିଳନ ସ୍ଥଳ ଅଟେ 

        ଏହା ବିଷ ଅମୃତର

     ତ୍ରିବେଣୀ ସଙ୍ଗମ ପୁଣି

      ଅଟେ ଏହା ହର୍ଷ, ବିଷାଦ, ବିଭ୍ରାନ୍ତି ର

    ଫରକ ଦେଖାଇ ଦିଏ ଏହା ପର ଆପଣାର

     ଏହା ହିଁ ଅଟେ ସୁର ଅସୁର ଙ୍କ ବାସସ୍ଥଳ

     ଘଟ ର ଅନ୍ୟ ରୂପେ ହୋଇଥାଏ ରୂପାନ୍ତର

    ଏଇଠି ଆରମ୍ଭ ପୁଣି ଏଇଠି ଯେ ଶେଷ

      ଏଇ ଯେ ପିଣ୍ଡ ଏଇ ବ୍ରହ୍ମାଣ୍ଡ ବିଶ୍ଵ

     ଏହାର ଗତି ପଥ ଅଟେ ଯେ ବନ୍ଧୁର

       ଏହି ହୃଦୟକୁ ବୁଝିବା ଅଟେ

         ଅତ୍ୟନ୍ତ ଦୁରୁହ ବ୍ୟାପାର

      କେ ନ ବୁଝନ୍ତି ଆଦି ଅନ୍ତ ଏହାର

      ଏସବୁ କୁ ନେଇ

         ଯାତ୍ରା ଏଇ ହୃଦୟର ।


     ଘୃଣା, ହିଂସା, ଦ୍ୱେଷ, ଈର୍ଷା,

       ସ୍ନେହ, ପ୍ରେମର ଏହା

         ସମ୍ମେଳନ ସ୍ଥଳ

     ହୃଦୟ ହୀନ ଜୀବନେ

       କେ ନ ପାଏ ଥଳକୂଳ

     ହୃଦୟବାନ୍ ଯେ ସେ ଚିର ଶାଶ୍ଵତ

     ସେ ସତ୍ୟ ଚିରନ୍ତନ 

    ସ୍ନେହ ପ୍ରେମ ଅଟେ ତା ଜୀବନର ବ୍ରତ

     ଶତ୍ରୁ ମିତ୍ରର ସୃଷ୍ଟି ଯେ ହୃଦୟ ର ସ୍ଥଳ

      ନାନା ଆଶା ନିରାଶା,ଆକାଙ୍କ୍ଷା ଓ କ୍ଷୋଭର

       ମହା ମିଳନ ସ୍ଥଳ ଅଟେ ଏହି ଏହି

      ହୃଦୟ ଆମର

    ଏସବୁର ସମାହାରକୁ ନେଇ

       ଗତି, ମୁକ୍ତି, ଶାନ୍ତି, ମୈତ୍ରୀ ର

     ଯାତ୍ରା ଏଇ ହୃଦୟର ।


    

         

        

       

        


Rate this content
Log in

Similar oriya poem from Abstract