STORYMIRROR

KSHIRADRI SAHU

Drama Others

3  

KSHIRADRI SAHU

Drama Others

ମନ ପ୍ରଜାପତି

ମନ ପ୍ରଜାପତି

1 min
177


ମନଟା ଉଡ଼ୁଛି ପ୍ରଜାପତି ପରି

ରହୁନାହିଁ ଜମା ସ୍ଥିର,

କେତେ ବେଳେ ଏଠି କେତେ ବେଳେ ସେଠି

କେତେ ବେଳେ ଯାଏ ଦୂର।


ଫୁଲରୁ ଫୁଲକୁ ଉଡିଲା ପରାଏ

ମନ ଉଡ଼ି ବୁଲୁଥାଏ,

ଅସ୍ଥିର ଅଥୟ ଅବୁଝା ମନ ଟା

କେତେ କ'ଣ ଖୋଜୁ ଥାଏ।


ବୁଝେ ନାହିଁ ମନ ଚଞ୍ଚଳ ହୁଏ ସେ

ଅବାଟରେ ଯାଏ ଚାଲି,

ସେତେ ବେଳେ ସିଏ ଦୁଃଖ ଯନ୍ତ୍ରଣାରେ

ଛଟପଟ ହୁଏ ଖାଲି।


ଉଡୁଥିବା ବେଳେ ପବନ ବହିଲେ

କିଛି ସିନା ହୁଏ ନାହିଁ,

ଥରେ ଯଦି ସେଠି ଝଡ଼ ଆସିଗଲା

କେମିତି ପାରିବ ରହି।


ପ୍ରଜାପତି ପରି ଛିଡି ଗଲେ ପର

ଆଗେଇ ପାରିବ ନାହିଁ,

ମନ ସେଥିପାଇଁ ପ୍ରଜାପତି ପରି

ଅବେଳରେ ଯାଏ ରୂଷି ।


Rate this content
Log in

Similar oriya poem from Drama