ମନ ପ୍ରଜାପତି
ମନ ପ୍ରଜାପତି


ମନଟା ଉଡ଼ୁଛି ପ୍ରଜାପତି ପରି
ରହୁନାହିଁ ଜମା ସ୍ଥିର,
କେତେ ବେଳେ ଏଠି କେତେ ବେଳେ ସେଠି
କେତେ ବେଳେ ଯାଏ ଦୂର।
ଫୁଲରୁ ଫୁଲକୁ ଉଡିଲା ପରାଏ
ମନ ଉଡ଼ି ବୁଲୁଥାଏ,
ଅସ୍ଥିର ଅଥୟ ଅବୁଝା ମନ ଟା
କେତେ କ'ଣ ଖୋଜୁ ଥାଏ।
ବୁଝେ ନାହିଁ ମନ ଚଞ୍ଚଳ ହୁଏ ସେ
ଅବାଟରେ ଯାଏ ଚାଲି,
ସେତେ ବେଳେ ସିଏ ଦୁଃଖ ଯନ୍ତ୍ରଣାରେ
ଛଟପଟ ହୁଏ ଖାଲି।
ଉଡୁଥିବା ବେଳେ ପବନ ବହିଲେ
କିଛି ସିନା ହୁଏ ନାହିଁ,
ଥରେ ଯଦି ସେଠି ଝଡ଼ ଆସିଗଲା
କେମିତି ପାରିବ ରହି।
ପ୍ରଜାପତି ପରି ଛିଡି ଗଲେ ପର
ଆଗେଇ ପାରିବ ନାହିଁ,
ମନ ସେଥିପାଇଁ ପ୍ରଜାପତି ପରି
ଅବେଳରେ ଯାଏ ରୂଷି ।