STORYMIRROR

Krushna Chandra Lenka

Drama Inspirational

3  

Krushna Chandra Lenka

Drama Inspirational

ଏଯୁଗର ଶ୍ରବଣ କୁମାର

ଏଯୁଗର ଶ୍ରବଣ କୁମାର

1 min
191

ଏ କଳିଯୁଗର ଶ୍ରବଣ କୁମାର,

ବିକ୍ରମ ବାରିକ ଅଟେ ନାଆଁ ତାର।

କଟକ ନଗର ରାଣୀହାଟେ ଘର,

ମାନବ ସେବାରେ ବିତେ ଦିନ ଯା'ର।

ଯେତେ ଦୁଃଖୀ ଦୀନ ସାଥେ ରୋଗୀ ଜନ,

ତାଙ୍କରି ସେବାରେ ଦେଇଥା'ନ୍ତି ମନ।

ରୋଗ ଉପଶମ ପାଇଁ ଯଦି କେହି,

ବଡ଼ ଡ଼ାକତରଖାନାକୁ ଆସଇ;

ରୋଗୀ ହେଉ ଅବା ତାର ପରିଜନ,

ଗୃହେ ଡାକି ତାରେ ଦେଇଥା'ନ୍ତି ଥାନ।

ତା'ସାଥେ ଦିଅନ୍ତି ମାଗଣା ଆହାର,

ବିରାମ ପାଇଁ କି ଦେଇଥା'ନ୍ତି ଘର।

ଡାକତରଖାନା ପାଶେ ସେହି କାଳେ,

ବିରାମ ପାଇଁ ନଥିଲା ଥାନ ତିଳେ;

ରୋଗୀ ସାଥେ ତାର ପରିଜନ ଆସି,

ପିଣ୍ଡାରେ ତାଙ୍କର ଯେବେ ଯା'ନ୍ତି ବସି।

ଦେଖି ଏଇ ଦୃଶ୍ୟ ନେତ୍ରେ ପିଲାଦିନୁଁ,

ସମାଜ ସେବାରେ ସମର୍ପିଲେ ତନୁ।

ତିଳେ ସ୍ୱାର୍ଥ ପାଇଁ ଆଜ କେତେ ଜଣ,

ଭୁଲି ଯେ ଗଲେଣି ପିତାମାତା ଋଣ!

ଦୂରେଇ ଦିଅନ୍ତି ତାରେ ବୃଦ୍ଧକାଳେ,

ସେବା ଦୂରେ ଥାଉ ଭାବ ନାହିଁ ତିଳେ।

ଯେ'କାଳେ ସନ୍ତାନ ଧନ ପଛେ ଧାଇଁ,

ପିତାମାତା ବାରେ ତିଳେ ବୁଝେ ନାହିଁ;

ସେକାଳେ ବିକ୍ରମ ହୋଇଲେ ମହାନ,

ପିତା ଶେଷ ଇଛା କରିଣ ପୂରଣ।

ତାର ସମ ଜଣେ ପାଇ ଯୋଗ୍ୟ ସୁତ

ଧନ୍ୟ ଧନ୍ୟ ବୋଲି କହଇ ଜଗତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama