STORYMIRROR

Manas Ranjan Nayak

Drama Classics Inspirational

4  

Manas Ranjan Nayak

Drama Classics Inspirational

ପ୍ରାର୍ଥନା

ପ୍ରାର୍ଥନା

1 min
275

ପହ ପହ ପ୍ରାଚୁର୍ଯ୍ୟକୁ ତିଳେ ନାହିଁ ମୋହ

ପ୍ରାର୍ଥନାରେ ଜିତୁଛି ମୁଁ ନିତି ଲୁହ କୋହ

ଅଭାବେ ସ୍ବଭାବ ନଷ୍ଟ , କରେ ମୁଁ ଅନିଷ୍ଟ

ପ୍ରାର୍ଥନାରେ ପ୍ରାୟଶ୍ଚିତ୍ତ, ହୋଇ ଏକନିଷ୍ଠ। 


ବିତୁଛି ଆୟୁଷ କେତେ ତିଳ ତର୍ପଣରେ

ନିଇତି ଦେଖୁଛି ପାପ ମନ ଦର୍ପଣରେ

ଐଶ୍ବର୍ଯ୍ୟ ଆକାଶକୁ ଜୀବନ ମାଟି ମୁହାଁ

ମାୟା ମୃଗ ପଛେ ପୁଣି ବାଟବଣା କିଆଁ? 


ମୁଁକାର ମନ୍ତ୍ରରେ ଜପେ ସ୍ବାର୍ଥ ପଞ୍ଚାକ୍ଷରୀ

ଭାଗବତ ଶୁଣୁଥାଏ ସଂସାର ଆବୋରି

ଲାଭ କ୍ଷତି କଷୁଥାଏ ପାସୋରି କର୍ତ୍ତବ୍ଯ

ଅନୁତାପ କରେ ଦ୍ବାହି ଭାଗ୍ଯ ଭବିତବ୍ୟ। 


ମରଣ ହିଁ ଧ୍ରୁବ ସତ୍ଯ ଏ ନଶ୍ବ ଶରୀରେ

ବିଭୋର ଲବ୍ଧ ଅର୍ଜିତ ଆୟୁଷପଣରେ

ଆଞ୍ଜୁଳାଏ ସୁଖସୁପ୍ତି ଯୌବନ ହୁଂକାର

ପାପ ପୁଣ୍ଯ ଭାଳିହୁଏ ଶୁଣି ଓମକାର । 


ଜୀବନର ପରିଧିରେ ବାସନା ପାରିଧି

ଅବଧି ପୂର୍ବରୁ ମିଳେ ସଂସାରେ ସମାଧି

ତୁଟିଛି ତିମିର ଏବେ ଚେତନା ଔଜ୍ଜ୍ୱଲ୍ୟେ

ଭିକ ଭୋକ ମେଣ୍ଟିଯାଏ ମୁଠାଏ କୈବଲ୍ୟେ। 


ଚିରୁଡାଏ ଜ୍ଞାନ ପ୍ରାପ୍ତି ଆଣିଛି ବ୍ଯୁତ୍ପତ୍ତି

ଭସ୍ମାସୁର ପ୍ରାୟେ ନାଶେ ନିଜର ଉତ୍ପତ୍ତି

ପ୍ରାର୍ଥନା ଦିବ୍ୟ ସୁଖ ନିଃସର୍ତ୍ତ ସମର୍ପଣ

ପରମାତ୍ମା ଅନ୍ବେଷଣେ ଭାବର କାର୍ପଣ୍ଯ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama