STORYMIRROR

Sunanda Mohanty

Abstract Drama Inspirational

4  

Sunanda Mohanty

Abstract Drama Inspirational

ଜନନୀ

ଜନନୀ

1 min
359


ସେ ଗୃହସ୍ଥ ସନ୍ୟାସିନୀ

ମଥାରେ ସିନ୍ଦୁର ହାତରେ ଶଙ୍ଖା

ଦର୍ଶାଏ ଶ୍ରୀମନ୍ତିନୀ

ମାତୃତ୍ୱର ପୂର୍ଣ୍ଣଗଭା

ସନ୍ତାନ ବତ୍ସଳା ମନ୍ଦାକିନୀ

ପୁତ୍ର କନ୍ୟା ପାଇଁ ସାଜେ ପଲ୍ଲବିନୀ

ସଦା ନିର୍ଝରଣୀ

ମମତା ପଣତେ ବାନ୍ଧି ସେ କାଦମ୍ବିନୀ

କେବେ ଦୁର୍ଗା କେବେ କାଳି

କେବେ ଲକ୍ଷ୍ମୀ ଶକ୍ତି ପ୍ରଦାୟିନୀ

ମାଆ ର ଶକ୍ତି ସାମର୍ଥ୍ୟ ବୁଝାଇବାକୁ

ନବରାତ୍ରୀ ପୂଜା ପାଏ

ଭିନ୍ନରୂପା ଜଗତଜନନୀ

ଲକ୍ଷ୍ମୀପୂଜା ନାମେ କୁମାରପୂର୍ଣ୍ଣମୀ

ସରଗରୁ ଚାନ୍ଦ ଆଣିଦେଇପାରେ

କେବଳ ମାଆ ଯିଏ ଜନ୍ମଦାତ୍ରୀ

ଜାୟା ଜନନୀ ଭଗିନୀ କାତ୍ୟାୟନୀ

ମାତୃତ୍ଵର ପରିପ୍ରକାଶନରେ ଶକ୍ତି ପାଇ

ଆବିର୍ଭୁତା ସେ ଜନନୀ

ଲଙ୍ଘି ପରେ ଗିରି ଓ ସମୁଦ୍ର

ଯେଣୁ ମାଆ ସିଏ 

ହାରିବା ଶିଖିନି

ଦୁର୍ଗା କାଳୀ ଲକ୍ଷ୍ମୀ ସରସ୍ଵତୀଙ୍କ ପରି

ସାରସ୍ବତ ଭବାନୀ ଜନନୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract