ଜନନୀ
ଜନନୀ
ସେ ଗୃହସ୍ଥ ସନ୍ୟାସିନୀ
ମଥାରେ ସିନ୍ଦୁର ହାତରେ ଶଙ୍ଖା
ଦର୍ଶାଏ ଶ୍ରୀମନ୍ତିନୀ
ମାତୃତ୍ୱର ପୂର୍ଣ୍ଣଗଭା
ସନ୍ତାନ ବତ୍ସଳା ମନ୍ଦାକିନୀ
ପୁତ୍ର କନ୍ୟା ପାଇଁ ସାଜେ ପଲ୍ଲବିନୀ
ସଦା ନିର୍ଝରଣୀ
ମମତା ପଣତେ ବାନ୍ଧି ସେ କାଦମ୍ବିନୀ
କେବେ ଦୁର୍ଗା କେବେ କାଳି
କେବେ ଲକ୍ଷ୍ମୀ ଶକ୍ତି ପ୍ରଦାୟିନୀ
ମାଆ ର ଶକ୍ତି ସାମର୍ଥ୍ୟ ବୁଝାଇବାକୁ
ନବରାତ୍ରୀ ପୂଜା ପାଏ
ଭିନ୍ନରୂପା ଜଗତଜନନୀ
ଲକ୍ଷ୍ମୀପୂଜା ନାମେ କୁମାରପୂର୍ଣ୍ଣମୀ
ସରଗରୁ ଚାନ୍ଦ ଆଣିଦେଇପାରେ
କେବଳ ମାଆ ଯିଏ ଜନ୍ମଦାତ୍ରୀ
ଜାୟା ଜନନୀ ଭଗିନୀ କାତ୍ୟାୟନୀ
ମାତୃତ୍ଵର ପରିପ୍ରକାଶନରେ ଶକ୍ତି ପାଇ
ଆବିର୍ଭୁତା ସେ ଜନନୀ
ଲଙ୍ଘି ପରେ ଗିରି ଓ ସମୁଦ୍ର
ଯେଣୁ ମାଆ ସିଏ
ହାରିବା ଶିଖିନି
ଦୁର୍ଗା କାଳୀ ଲକ୍ଷ୍ମୀ ସରସ୍ଵତୀଙ୍କ ପରି
ସାରସ୍ବତ ଭବାନୀ ଜନନୀ ।।
