STORYMIRROR

Pranati Acharya

Drama Romance Classics

3  

Pranati Acharya

Drama Romance Classics

ମୁଁ କିଏ

ମୁଁ କିଏ

1 min
191


 ଏ ଧରା ବିସ୍ତୃତ ସବୁଜିମାରେ 

ପରିପୂର୍ଣ୍ଣ ଅସୁମାରୀ ଜୀବଙ୍କର 

ପାଦ ଚିହ୍ନ ଏହା ଭିତରେ ମୁଁ କିଏ..... 

ହୃଦୟ ଦରିଆରେ ଆଜି ଅସଂଖ୍ଯ

 ପ୍ରଶ୍ନ ନିଃସନ୍ଦେହ ଢେଉରେ ସାନ୍ତ୍ବନା 

ମିଳେ ଛିଣ୍ଡା ଚପଲ ଅସରନ୍ତି 

ଜରି ଓ ବାସି ଖବର କାଗଜର 

ସ୍ତୁପ ଭିତରେ ନିଜକୁ ନିଜେ ଖୋଜେ ? ମୁଁ କିଏ..... 

ଶାନ୍ତିର ମସାଲ ଜାଳିବାର ନିଶା 

ଅଣ ନିଃଶ୍ବାସୀ ଜୀବନକୁ

 ଆଲୋକିତ କରେ ମନର 

ଅନେକ ପ୍ରଶ୍ନ ସବୁ ପାଏ ନାହିଁ 

ମୋ ଠିକଣା, ମୁଁ କିଏ... 

କିଂ କର୍ତ୍ତବ୍ୟବିମୂଢ ହୋଇ

 ଛିଡା ହୁଏ ନର୍ଦ୍ଦମା ଭିତରେ.. 

ମୋ ପ୍ରଳାପର ମୂଲ୍ୟ ଅର୍ଥହୀନ.. 

ସରଣୀରୁ ନିର୍ଝର ପୁଣି ସରିତରୁ

 ସାଗର ପର୍ଯ୍ୟନ୍ତ ଘୁରିବୁଲେ । 

ମାପିପାରେ ନାହିଁ ଅତଳ ଗହ୍ବରକୁ

 ହତାସ ଲାଗେ ଶରୀର ତଥାପି

 ଥମି ଯାଏନି ମୋ ସ୍ପନ୍ଦନର ଅଗଣିତ ପ୍ରଶ୍ନ। ମୁଁ କିଏ...


Rate this content
Log in

Similar oriya poem from Drama