ପୁଣି ଦାଦନ
ପୁଣି ଦାଦନ


ଦୈନନ୍ଦିନ ଜୀବନର ହସ ଖୁସି ମଧ୍ୟରେ
କରୋନା ଏକ କରୁଣ ବିପର୍ଯ୍ୟୟ ନିଶ୍ଚିତରେ ,
ତଥାପି କଥା ଯେତେବେଳେ ଜୀବନ ଜୀବିକାର
ପୁଣି ଥରେ ଦାଦନ ଖଟିବାକୁ ଯିବାକୁ ପଡିବ ଏଥର .......
ଏମିତି ବି ସଂସାରର ଜଞ୍ଜାଳ , ପେଟର ଭୋକ
କରୋନା ଠାରୁ ମଧ୍ୟ ଲାଗେ ଭୟାନକ ,
ଆକାଶ ଠୁ ପୃଥିବୀ ଯାଏ
ଧିରେ ଧିରେ ସବୁ ଆବରଣ ଖୋଲି ପକାଏ,
ଏଠି କିଏ ଚିହ୍ନେ , ଅଧିର ଆକୁଳତାର ବେଦନା
ଟଙ୍କା ବିନା , ଅକିଞ୍ଚନର ଜୀବନ ତ ଆବର୍ଜନା ,
କାହାକୁ ଡରାଇବ ମୃତ୍ୟୁ ,
କାହାକୁ ଉଡ଼ାଇ ନେବ ଝଡ !
p>
ଯିଏ ଜନ୍ମରୁ ତୈଳାକ୍ତ ଜୀବନ ବୃତ୍ତର ପରିଧିରେ
ଅହୋରାତ୍ର ଘୂରି ଘୂରି ମରେ , ତାକୁ ...!
ଚେଷ୍ଟା କରି ଭଲରେ ସେ ଦେଖୁ ,
ସବୁ ପ୍ରକାର ଭୟର ଆତଙ୍କରୁ ସେ ଉର୍ଦ୍ଧରେ
ଦାଦନ ଖଟିବାକୁ ଅଛି ଏମିତି ବି ତା ଭାଗ୍ୟରେ ,
କରୋନା ମହାମାରୀ କ'ଣ
ବଦଳାଇ ଦେଇ ପାରିବ
ଏ ଜୀବନେ ତା' ଭାଗ୍ୟ ରେଖା ,
ସେ ଯେମିତି ଖଟି ଚାଲିଛି ଦାଦନ ବର୍ଷ ବର୍ଷ ଧରି
ଆଜି କରୋନାକୁ ଆହ୍ବାନ ତାହାରି
"ଦୁନିଆରେ ଆଉ କିଛି ମାସ ଦାଦନ ଖଟିକି ତ ଦେଖା ...!"