STORYMIRROR

Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

ଜୀବନ କାହା ପାଇଁ କେମିତି

ଜୀବନ କାହା ପାଇଁ କେମିତି

1 min
146

ଜୀବନ ଗଣିତ କଷୁ କଷୁ

ଡାହୁକ କହୁଛି ମୁଁ

ଜୀବନ ସଳିତା ଜାଳୁ ଜାଳୁ

କାଳପୁରୁଷର ହୁଁ 

ଜୀବନ ରଫ ଖାତା କଥା ଓ ନଥା 

ଶୁଣିବାକୁ ନାହିଁ ଯୁ

ଜୀବନ ସନ୍ଧ୍ୟାର କିଛି କାହାଣୀ

ନେଇଆଣି ଥୋ ତୁ

ଜୀବନ ଚଲାପଥେ ଚାଲୁ ଚାଲୁ

ପଥ ଓ ପାଥେୟ ଛୁ

ଜୀବନ ମଶାଲ ନେଲାଣି ମାସ୍ତୁଲ

ନାଉରୀଆ ମାରେ ହୁଁ

ଜୀବନ ସଂଗୀତ ସରିଆସିଲାଣି

ଶୀତ କରେ ହୁ ହୁ

ଜୀବନ ପଥରେ ଝୁଣ୍ଟି ଝୁଣ୍ଟି କେତେ

ଠିଆ ହେବାକୁ କହେ ଉଃ

ଜୀବନ ସାରଣୀ କହେ କାହାଣୀ

ତୁ ଥିଲେ ଅଛି ମୁଁ

ଜୀବନ ପାନ୍ଥ ସାଥେ ଅନେକ ସନ୍ଥ

କିଏ ତୁ ଅବା ମୁଁ

ଜୀବନ ଦେଇଛି ଯିଏ ବୁଝୁଛି ସିଏ

ଆଗ ମୁଁ ଅବା ପଛ ମୁଁ

ଜୀବନ ଶେଷରେ ଏତିକି ମାଗୁଣି

ମୋ ପଛେ ପଛେ ଥା ତୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract