STORYMIRROR

Binay Kumar Samal

Drama

3  

Binay Kumar Samal

Drama

ଜୀବନର ବୁଝାମଣା

ଜୀବନର ବୁଝାମଣା

1 min
133


ଜୀବନଟା ଏକ ବୁଝାମଣା ଏବେ

ସେନେହ ମମତା ଶୂନ୍ୟ,

 ବୁଝାମଣା ଟିକେ ଭୁଲ ହୋଇଗଲେ

ସମ୍ପର୍କ ହୃଦୟ ହୀନ।

ଅବିଶ୍ବାସ ଆଉ ସନ୍ଦେହର ବିଷ 

ମାରାତ୍ମକ ରୂପ ଧରି,

ଭୁଲ ବୁଝାମଣା କରେ ବାଟବଣା

 ତନଟି କାଟେ ଅନଟି ଛୁରୀ।

ଜୀବନ ବୃତ୍ତର ପରିଧିକୁ ଡେଇଁ

ସମ୍ପର୍କଟା ଯାଏ ଛିଡି,

ବିଶ୍ଵାସର ବନ୍ଧ ଥରେ ଭାଙ୍ଗିଗଲେ

 କେବେ ହୁଏ ନାହିଁ ଯୋଡ଼ି।

ସଂସାରଟା ଲାଗେ ତପ୍ତ ମରୁଭୂମି

ନିରାଶ ହୃଦୟ ଜଳେ,

 ବଞ୍ଚିବା ମରିବା ସମାନ ଏଇଠି 

 ନାଟକ ବାଜିର ଛଳେ।

ପ୍ରେମ ପ୍ରତାରଣା ଅତି ସାଧାରଣ

ଦୈନଦିନର ଘଟଣା,

ଛଳନାର ଜଉଘରେ ପ୍ରତାରଣା

 ହୃଦୟ ଦାହେ ଯନ୍ତ୍ରଣା।

ପାଶ୍ଚାତ ସଂସ୍କୃତି ଅନୁସରି ନର

ଚାଖେ ଆଧୁନିକ ସ୍ଵାଦ

ଜୀବନର ପ୍ରତି କ୍ଷଣେ ବାଟବଣା

କେଉଁଠି ଥାପିବ ପାଦ। 

ପ୍ରେମବନ୍ଧନର ସ୍ବାର୍ଥ ଅହଙ୍କାର

ଗୋନରେ ଉଙ୍କି ମାରି,

ଠିକଣା ବେଳରେ ଭୟଙ୍କର ହୁଏ

 ବୁଝାମଣା ଯାଏ ସରି 

 ଜୀବନଟା ଯଦି ବୁଝାମଣା ମାତ୍ର

କିଏ ଦେବ ତା ପାଉଣା?

 ହା ହାକାରେ ଆତ୍ମହତ୍ୟାକୁ ଆଦରେ

ମୃତ୍ୟୁ ହିଁ ଶେଷ ଠିକଣା।

ପରସ୍ପର ପ୍ରତିସରଳ ବିଶ୍ୱାସ

ତ୍ୟାଗ ସମର୍ପଣ ଭାବ,

ସଦା ସରଜଇ ସୁନାର ସଂସାର

 ରହେ ବୁଝାମଣା ଭାବ।


Rate this content
Log in

Similar oriya poem from Drama