STORYMIRROR

Binay Kumar Samal

Others

4  

Binay Kumar Samal

Others

ଆସିଚିରେ ଆଜି ହୋଲି

ଆସିଚିରେ ଆଜି ହୋଲି

1 min
316


ମଧୁଝରା ବସନ୍ତର ଆଗମନେ

ମଳୟର ମଧୁଗାନ,

ରସାଳ ଶାଖାରୁ ଭାସିଆସେ ମିଠା

କୋଇଲିର କୁହୁତାନ।

ଫଗୁଳ ଫଗୁଣେ ରଙ୍ଗର ପରବ

ଆସିଛି ରେ ଆଜି ହୋଲି,

ସାତରଙ୍ଗେ ରଙ୍ଗାଇବ ତନୁ ମନ

ରଙ୍ଗର ପସରା ଖୋଲି।

ହୋଲି ଆଣିଛିରେ ଆମ ପାଇଁ ଖୁସି

ଜାତି ଧର୍ମ ଭେଦ ନାହିଁ,

ପରସ୍ପର ମଧ୍ୟେ ଭାଇଚାରା ବାଣ୍ଟେ

 ଏକତାର ମନ୍ତ୍ର ଗାଇ।

ଆସ ହେ ସଙ୍ଗାତ ଆସଲୋ ବଉଳ

ରଙ୍ଗ ହେବା ବୋଳାବୋଳି,

ଭୁଲିଯାଇ ସବୁ ମାନ ଅଭିମାନ

ପ୍ରେମେ ହେବା କୋଳାକୋଳି।

ଦ୍ଵାପରର ଦିବ୍ୟ ରାଧାକୃଷ୍ଣ ପ୍ରେମ

ଲୀଳା ସୁମରିଣ ହୃଦେ,

ଶ୍ରୀ ଛନ୍ଦାଚରଣେ ଆତ୍ମ ସମର୍ପଣ

କରିବା ଭାବ ଗଦଗଦେ।

ଏ ନୁହେଁ ଅବିର ଏ ପ୍ରେମର ରଙ୍ଗ

ସ୍ନେହ ଶ୍ରଦ୍ଧାର ପ୍ରତୀକ,

ଶାନ୍ତି ମୈତ୍ରୀପ୍ରୀତି ରଙ୍ଗରେ ଭିଜାଇ 

 ଜଗାଏ ପ୍ରାଣେ ପୁଲକ।

ଅପୂର୍ବ ଉଲ୍ଲାସେ ସରବେ ପାଳନ୍ତି

ସହର ପାଟଣା ପଲ୍ଲୀ,

ଆମ ପରମ୍ପରା କେଡେ ମହନୀୟ

ପାରିବାକି କେବେ ଭୁଲି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍