STORYMIRROR

Binay Kumar Samal

Classics Others

4  

Binay Kumar Samal

Classics Others

ମୂଷା ଉପଦ୍ରବ

ମୂଷା ଉପଦ୍ରବ

1 min
329


ଶ୍ରୀମନ୍ଦିର ଗର୍ଭଗୃହେ ମୂଷାପଲ

ଉତ୍ପାତ ବଢାଇଛନ୍ତି,

ପୂଜାପଣ୍ଡାଙ୍କର ନିଦ ହଜିଯାଏ

ଦୁଃଖରେ ଚତୁର୍ଦ୍ଧାମୂର୍ତ୍ତି।

ଦିଅଁଙ୍କର ପହୁଡ଼ରେ ବିଘ୍ନ ଏବେ

ମୁଣ୍ଡରେ ବଢୁଛି ଚିନ୍ତା

ମୂଷା ଧରିବାକୁ ଯୋଜନା ଅନେକ

ବସାଇବେ ହାଣ୍ଡି ଯନ୍ତା।

ପରମ୍ପରା କ୍ରମେ ମାଟି ହାଣ୍ଡି ଯନ୍ତା

ତା ଭିତରେ ଗୁଡ଼ ଗିନା,

ଗୁଡ଼ ଲୋଭେ ମୂଷା ହାଣ୍ଡିରେ ପଶିଲେ

ଫେରିବାର ବାଟ ମନା।

ପ୍ରାଚୀନ ଏ ଯନ୍ତା ମୁହଁ ଟିକେ ଖୋଲା

ପଶିବା ମାତ୍ରକେ ମୂଷା,

ଢାଙ୍କୁଣି ପଲମ ଧଡକିନା ପଡ଼େ

ବର୍ତ୍ତିବାର ତୁଟେ ଆଶା।

ରାଜ୍ୟ ପ୍ରଶାସନ ଅମଲା ତାନ୍ତ୍ରିକ

ଦୁର୍ନୀତି ମୂଷା ପ୍ରବଳ

କୀଳାଗୋଜା ସଚିବ କ୍ଷମତାଶାଳୀ

ନେତା ମନ୍ତ୍ରୀଏ ଦୁର୍ବଳ

ଦୁର୍ନୀତି ମୂଷାଙ୍କ ଦୌରତ୍ମ୍ୟ ଅସହ୍ୟ

ନ ଶୁଣନ୍ତି ହାଲ୍ଲା ଗୋଳ,

ଯୋଜନାର ଅନ୍ୟନାମ ହରିଲୁଟ

ଖାଇକି କରନ୍ତି ଖୋଳ।

ଭିଜିଲାନ୍ସ ଜାଲକୁ ନାହିଁ ଡର ଭୟ

ନେତାମନ୍ତ୍ରି ସହ ହାତ,

ଜାଲ କାଟିବାର ଉପାୟ ଜାଣନ୍ତି

ଆଇନକୁ ମାରି ଲାତ।

ମାଗଣା ବଣ୍ଟନ ପ୍ରୀୟାପ୍ରୀତି ନୀତି

ତେଲିଆ ମୁଣ୍ଡରେ ତେଲ,

ଏ ଦୁର୍ନୀତି ମୂଷା  ସବୁଠି ସକ୍ରିୟ

କିଏ ହେବ ତାଙ୍କ ତୁଲ୍ୟ!

ଗାତୁଆ ଚାଳୁଆ କ୍ଷମତା କେନ୍ଦ୍ରର

ସକ୍ରିୟ କର୍ମୀ ଭାବରେ,

ଯୋଜନାକୁ ବାଟ ବଣା କରୁଛନ୍ତି

ଶାସକ ଦଳ ସ୍ବାର୍ଥରେ।

ଯେତେ ଆନ୍ଦୋଳନ କଲେ ବି ଜନତା

ସଦା ମିଳେ ଶୂନ୍ୟ ଫଳ,

ଶାସନ ମୁଖିଆ ପହୁଡ଼ ଭାଙ୍ଗୁନି

ହତାଶ ବିରୋଧୀ ଦଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics