STORYMIRROR

Binay Kumar Samal

Romance

4  

Binay Kumar Samal

Romance

ସପନର ଫୁଲ

ସପନର ଫୁଲ

1 min
306


ମନ ଉପବନେ ସପନର ଫୁଲ

      ଆସ ତମେ ଚୁପି ଚୁପି

ମଧୁଝରା ବସନ୍ତର ରଙ୍ଗ ଭରି

      ଯାଅ ମିଠା ମିଠା ଗପି ।(୧)

ତୁମ ମିଠା ଗପ ସ୍ବପ୍ନର ଆଳାପ

       ହରିନିଏ ମନ ବ୍ୟଥା 

ସପନରେ ଆସି ଗୋପନରେ ତୋଷି

      ହଜି ଯାଅ ଦେଇ କଥା ।(୨)

ପରୀ ରାଇଜର ଅନିଦ୍ୟ ସୁନ୍ଦରୀ

      ମୋ ମନର ପାରିଜାତ

ରଙ୍ଗରେ ରଙ୍ଗାଇ ପ୍ରେମରେ ଭିଜାଇ 

      ହୋଇ ଥାଅ ଆତଯାତ ।(୩)

ମଧୁଝରା ବସନ୍ତର ପରଶରେ

      ଖୋଜନ୍ତି ଭଅଁର କେତେ

ରଙ୍ଗଭରା ମତୁଆଲା ଯଉବନେ

     ଭୂଲିଯିବନି ତ ମୋତେ ? (୪)

ଚୋରା ମଳୟ ବି ଇର୍ଷାରେ ଜଳଇ

        ପାଇବାକୁ ସେ ପରଶ

ଚପଳ ଛନ୍ଦରେ ମନ ଜିଣିବାକୁ

      ହେଉଥିବ ସେ ହରଷ ।(୫)

ସତେ କି ସପନ ସତ ହେବ ଦିନେ

        ଫୁଟିବ ପ୍ରେମର କଢ଼ି 

ମନ ସିଲଟରେ ପ୍ରେମର ଚିଟାଉ

     ପ୍ରିୟା ମୋ ପାରିବ ପଢ଼ି ?(୬)

ମନ ଆଇନାରେ ପ୍ରେମ ପ୍ରତିବିମ୍ବ

        ସ୍ୱଚ୍ଛ ଶୁଦ୍ଧ ନିରନ୍ତର 

ସେଇ ପ୍ରତିବିମ୍ବ ମୋ ଅନ୍ତରର

      ସ୍ମୃତି ଜନ୍ମ ଜନ୍ମାନ୍ତର ।(୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance