ପରିବାର
ପରିବାର
ସୁଖ ସମୟରେ ଦୁଃଖ ସମୟରେ,
ଅସମୟରେ ପୁଣି ସାଜେ ସାହା,
ପରିବାର ବିନା ରଙ୍ଗହୀନ ହୁଏ,
ଜୀବନ ଯାତ୍ରାରେ ନରର ରାହା ।
ମାତା ପିତା ଭ୍ରାତା ଭଗିନୀର ଲାଗି,
ତାକୁ ପରିଚୟ, ମିଳେ ସଂସାରେ,
ସ୍ନେହ ମମତାର ଡୋରିରେ ସେ ବନ୍ଧା,
ଏକ ଛାତ ତଳେ ଚାରି କାନ୍ଥରେ ।
ପରିବାର ଠାରୁ ଆରମ୍ଭ ଯେ ହୁଏ,
ମାନ ମର୍ଯ୍ୟଦା ଆଚରଣ ଶୁଦ୍ଧି,
ତେଣୁ ପରିବାର ସଦା ଦରକାର,
ଆଣିବାକୁ ଦେଶେ ସୁଖ ସମୃଦ୍ଧି ।
ପରିବାର ନୁହେଁ ମଣିଷଙ୍କ ମେଳ,
ସଭ୍ୟ ସମାଜର ଅଟେ ଏକକ,
ଯାହା ଗଢିଥାଏ ମାନବ ବ୍ୟକ୍ତିତ୍ଵ,
ତାହାର ଚରିତ୍ର ବୁଦ୍ଧି ବିବେକ ।
ହେଉ ଯେତେ ମତ ଥାଉ ଯେତେ ତର୍କ,
ସଭିଙ୍କୁ ନେଇ ହୁଏ ପରିବାର,
ମୂଳଦୁଆ ଏହା ମର ଜୀବନର,
ଏଠାରୁ ଆରମ୍ଭ ନର ସଂସାର !
