STORYMIRROR

Sunanda Mohanty

Abstract Drama

3  

Sunanda Mohanty

Abstract Drama

କୃଷ୍ଣ ପ୍ରେମ

କୃଷ୍ଣ ପ୍ରେମ

1 min
199


ମତୁଆଲି ମନ ଆଜି ଶୁନ୍ୟ ଶୁନ୍ୟ

ଯେଣୁ ଦର୍ଶନ ମିଳିନି ମନ୍ଦିରେ ନବଘନ

ତୁଳସୀ ଦୟଣା କସ୍ତୁରୀ ଚନ୍ଦନ

ଅଗରୁ ଝୁଣା ଦୀପ ଧୂପ ବସନ

ସବୁଲାଗେ ପିତା ଏମିତିକି ଭୃଗୁ ସଂହିତା

ମନ ହୃଦୟେ ଆଲୋଡନ

ମନ୍ଦିର ଗବାକ୍ଷେ କରିବାକୁ ଦର୍ଶନ

କାହିଁ ତୋର ମନ ଆରେ ଶ୍ୟାମଘନ

କାହିଁକି ଋଷିଛୁ କବାଟ କିଳିଛୁ

ପହଡ଼ ନାମରେ କି ନିଦ୍ରା ଯାଇଛୁ

ଉଠ ଉଠ ମଠ ନକର ଶ୍ୟାମ ଭକ୍ତମାନେ

କରି ଅବଲୋକନ ଫେରିବେ ଯିଏ ଯାହା ସଦନ

ନୀଳମଣି ତୁ ଭଗବାନ

ନବବର୍ଷରେ ଦିଅ ଦରଶନ ଆହେ କୃଷ୍ଣମୋହନ

ମୁକ୍ତିର ପଥ ବାହୁଡା଼ର ରଥ ହେଉଛି କମ୍ପମାନ

ଶେଷ ଇସାରା ତୁମେ ହିଁ ଆସରା

ଦର୍ଶନ ପାଇଁ ନେଉଥିବି ଜନ୍ମ

ରାଧିକା ସୁନ୍ଦରୀ କିଣିନେଲା ମନ

ତୁମେ ତ ମୀରାର ତୁମେ ବି ରାଧାର

ମୁଁ କିଆଁ ମରୁଛି ପ୍ରତିଦିନ

ଦର୍ଶନେ ଦାର୍ଶନୀ ପୟର ପୂଜିନି କରି ଅବଲୋକନ

ଦୟାର ସାଗର ଫିଟାଇ ଜଉଘର ନିଅ ବୃନ୍ଦାବନ

ଏକା ଏକା ଆଜି ଶରୀର ସାଥେ କମ୍ପେ ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract