କୃଷ୍ଣ ପ୍ରେମ
କୃଷ୍ଣ ପ୍ରେମ
ମତୁଆଲି ମନ ଆଜି ଶୁନ୍ୟ ଶୁନ୍ୟ
ଯେଣୁ ଦର୍ଶନ ମିଳିନି ମନ୍ଦିରେ ନବଘନ
ତୁଳସୀ ଦୟଣା କସ୍ତୁରୀ ଚନ୍ଦନ
ଅଗରୁ ଝୁଣା ଦୀପ ଧୂପ ବସନ
ସବୁଲାଗେ ପିତା ଏମିତିକି ଭୃଗୁ ସଂହିତା
ମନ ହୃଦୟେ ଆଲୋଡନ
ମନ୍ଦିର ଗବାକ୍ଷେ କରିବାକୁ ଦର୍ଶନ
କାହିଁ ତୋର ମନ ଆରେ ଶ୍ୟାମଘନ
କାହିଁକି ଋଷିଛୁ କବାଟ କିଳିଛୁ
ପହଡ଼ ନାମରେ କି ନିଦ୍ରା ଯାଇଛୁ
ଉଠ ଉଠ ମଠ ନକର ଶ୍ୟାମ ଭକ୍ତମାନେ
କରି ଅବଲୋକନ ଫେରିବେ ଯିଏ ଯାହା ସଦନ
ନୀଳମଣି ତୁ ଭଗବାନ
ନବବର୍ଷରେ ଦିଅ ଦରଶନ ଆହେ କୃଷ୍ଣମୋହନ
ମୁକ୍ତିର ପଥ ବାହୁଡା଼ର ରଥ ହେଉଛି କମ୍ପମାନ
ଶେଷ ଇସାରା ତୁମେ ହିଁ ଆସରା
ଦର୍ଶନ ପାଇଁ ନେଉଥିବି ଜନ୍ମ
ରାଧିକା ସୁନ୍ଦରୀ କିଣିନେଲା ମନ
ତୁମେ ତ ମୀରାର ତୁମେ ବି ରାଧାର
ମୁଁ କିଆଁ ମରୁଛି ପ୍ରତିଦିନ
ଦର୍ଶନେ ଦାର୍ଶନୀ ପୟର ପୂଜିନି କରି ଅବଲୋକନ
ଦୟାର ସାଗର ଫିଟାଇ ଜଉଘର ନିଅ ବୃନ୍ଦାବନ
ଏକା ଏକା ଆଜି ଶରୀର ସାଥେ କମ୍ପେ ମନ ।
