ଏଥରର ବନ୍ଧୁ ମିଳନ "୨୦୨୩"
ଏଥରର ବନ୍ଧୁ ମିଳନ "୨୦୨୩"
ମୁଁ ସେଇ ବୟାଳିଶ ନମ୍ବର ଝଙ୍କାଳିଆ ପ୍ଲଟ କହୁଛି,
ହଁଁ ପରା ,ଏଇ ଜୟଦେବ ବାଟିକାରେ ବହୂକାଳୁ ରହିଛି।
କେତେ ହର୍ଷଗୋଳ ବର୍ଷ ବର୍ଷ ଏଇ ପିଠିରେ ଦେଖୁଛି ,
ମୁଖମଣ୍ଡଳେ ଖେଳାଇ ହସର ଢେଉ, ସବୁ କଷ୍ଟ ସହୁଛି ।
ସେଦିନ ବି ସକାଳୁ ଜମୁଥିଲା ବଣ ଭୋଜିର ଆସର ,
'ପଚାଶ ତମ ବସନ୍ତରେ..୧୯୮୭ ଦଶମଶ୍ରେଣୀ ବନ୍ଧୁ ମିଳନ '
ଭିନ୍ନତାର ଏକ ବ୍ୟାନର ଉଡୁଥିଲା ଫରଫର।
ଚାହିଁଥିଲି ଉତ୍ସାହରେ ଅଭିନବ ବନ୍ଧୁ ମିଳନ ଦେଖିବି ବୋଲି ,
ଯେମିତି ବନ୍ଧୁଦଳ ସବୁ ପହଞ୍ଚିଲେ ନିଜ ନିଜର ଦୁନିଆଁ ଭୁଲି।
ଦେଖୁ ଦେଖୁ ବନ୍ଧୁଏ ବହେ ହୋଇଗଲେ କୋଳାକୋଳି ,
ରଙ୍ଗେଇ ଦେଲେ ଉନ୍ମାଦର ନାନାରଙ୍ଗ ଏ ମାଟିରେ ବୋଳି ।
ମନତକ ଉତ୍ଫୁଲ୍ଲିତ ହାସ୍ୟଦୋଳିରୁ କ୍ରମଶଃ ପଡୁଥିଲା ଉଛୁଳି ,
ଥଟ୍ଟାମଜା ଗମାତର କଳିରେ ସଭିଏଁ ଉଠୁଥିଲେ କୁରୁଳି ।
ସତେ କି ମୁଦ୍ରଣଗତ ତୃଟି ଏ ,' ପଚାଶ ତମ ବସନ୍ତରେ ...,
ଲାଗୁଛି ଅଛନ୍ତି ସମସ୍ତେ ତ ଏବେ ସ୍କୁଲ କି କଲେଜରେ ...।
ସଂସାର ଜଞ୍ଜାଳକୁ ଭୁଲି ହଜିଗଲେ ଅଭୁଲା ଅତୀତରେ ,
ଅଜାଣତେ ଯୋଡି ଦେଇଛି ଟିକିଫୋନଟି ୩୫ବର୍ଷ ପରେ।
ଶେଷ ଦେଖା କେଜାଣି କେବେ ମଜ୍ଜିଥିଲେ ଗପରେ ,!
ଗପୁଥିଲେ ମିଶି ମନଭରି କିନ୍ତୁ ସେଇ ମାଘ ପୂର୍ଣ୍ଣିମାରେ ।
କିଛି ଥିଲେ ବଗୁଲିଆ ଅପରିପକ୍ୱ ଭିତରେ ତାଙ୍କର,
ରୋକି ଦେଲେ ସହସା ଅନେକ ସେ ଠାଣି ବାଙ୍କର ।
ଭୁଲି ଯାଇଥିଲେ ବନ୍ଧୁଯାକ ମଉଜରେ ଝୁମେଇ ମନକୁ ,
ନେଉଥିଲେ ସମ୍ଭାଳି ସୁପରିପକ୍ୱତାରେ ବୁଝାଇ ଆନକୁ ।
ଶେଷରେ ସ୍ମରଣିକା ଉପହାର ଖୋଲିଦେଲା ହସର ମୁଣି ,
ଭାବୁଛି ଏଖୁସି ସଭିଙ୍କୁ ଆଉଥରେ ଏକାଠି ଆଣିବ ଟାଣି ।
ଅସ୍ତରାଗେ ଆସିଲା ସେଦିନ ପୂର୍ଣ୍ଣିମାଜହ୍ନ ରୂପା ଆଲୁଅ ବୁଣି ,
ଖୋଜୁଥାଏ ମନ ,ଆସିବ କି ଏମିତି ବନ୍ଧୁମିଳନ ଟିଏ ପୁଣି ।
