STORYMIRROR

ସଂଜୟ କୁମାର ଦୀପ

Others

3  

ସଂଜୟ କୁମାର ଦୀପ

Others

ଶେଷ ସଂପର୍କର ସ୍ୱର

ଶେଷ ସଂପର୍କର ସ୍ୱର

1 min
155

ମହାଶିକ୍ଷା ଦେଲ ମହାନୁଭବିକୁ

    ଭାଙ୍ଗିଲ ଭରସା ମୋର 

ବହୁ ବିଳମ୍ବରେ ବୁଝିଗଲି ଆଜି

    କେହି ନୁହଁ ତୁମେ ମୋର।।


ସହି ପାରୁନି ମୁଁ କହି ପାରୁନି ମୁଁ

     ଅଧିକାର ନାହିଁ ମୋର 

ହସୁଥାଅ ତୁମେ ତୁମ ଭାବନାରେ

     ହୃଦୟକୁ ଜାଳି ମୋର।।


ସମ୍ପର୍କର ଇତି ହୋଇଲା ଏଇଠି

     ଯାଉଛି ମୁଁ ବହୁ ଦୂର

ତୋ କାର୍ଯ୍ୟ-କଳାପ ସ୍ୱଚକ୍ଷୁରେ ଦେଖି

      ଭାଙ୍ଗିଲା ହୃଦୟ ମୋର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍