STORYMIRROR

ସଂଜୟ କୁମାର ଦୀପ

Others

3  

ସଂଜୟ କୁମାର ଦୀପ

Others

ସ୍ବାଧୀନ ସମ୍ବିଧାନ

ସ୍ବାଧୀନ ସମ୍ବିଧାନ

1 min
11.8K

କେତେ ସରକାର ଆସି ଚାଲିଗଲେ

କୁମ୍ଭକର୍ଣ୍ଣ ନିଦେ ଶୋଇ,

ନଥି ଖୋଳମଧେ ଆଇନ୍ ଶୋଇଛି

ଅନ୍ଧପୁଟୁଳି କୁ ନେଇ।।


ସୁନ୍ଦର ମିଛର ସମ୍ବିଧାନ ଏହା

ସମାନତା ଅଧିକାର,

ଗାନ୍ଧାରୀ ଧରିଛି କାନୁନ୍ ନିକିତି

ମିଛ ଏକ ଇସ୍ତାହାର।।


ଆଇନ୍ ରକ୍ଷକ ଅର୍ଥର କବଳେ

ଭକ୍ଷକ ପାଲଟେ ଏଠି,

କୋଟିପତି ନିତି ଶୋଷଣ କରୁଛି

ଖଟିଖିଆ ଅଟେ ଭେଟି।।


ରାଜନେତା ଏଠି ଜନତା କୁ ଲୁଟେ

ଆଇନ୍ ର ଦ୍ୱାହି ଦେଇ,

ସ୍ବାଧୀନ ଜନତା ସର୍ବହରା ହୁଏ

ବିବେକକୁ ବଳି ଦେଇ।।


ଅନ୍ଧପୁଟୁଳି ରେ ଆଇନ୍ ବନ୍ଧକ

କାହାକୁ କ‌ହିବ କିଏ?

ଭାବନା ଭୋଳରେ ସଂଜୟ ଲେଖିଛି

ଭାବିବ,ପଡ଼ିବ ଯିଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍