Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Classics

4  

Bishnupriya Panda

Classics

ପ୍ରେମ

ପ୍ରେମ

1 min
398



ପ୍ରେମ ସିନା ଅଟେ ଅଢେଇ ଅକ୍ଷର

ଜଗତ ଦେଇଛି ବାନ୍ଧି

ବିନା ପ୍ରେମେ ବୃକ୍ଷୁ ପତ୍ର ବି ନହଲେ

ଏତସଂସାରର ଵିଧି l

ନୃତ୍ୟେ କାର ପ୍ରେମ କବିତାରେ ପ୍ରେମ

ବାଦ୍ୟରେ କାହାର ପ୍ରେମ

ପଢିବା ଲେଖିବା କିବା ନେତା ହେବା

ସବୁର ମୂଳରେ ପ୍ରେମ l

ମାଧ୍ୟାକର୍ଷଣର ଶକ୍ତି ପୃଥିବୀକୁ

ପ୍ରେମରେ ରଖିଛି ଧରି

ଶୂନ୍ୟରେ ଝୁଲଇ ନଦୀ ଓ ସାଗର

ପାହାଡ଼ ତ ଆଦି କରି l

ମାତା ପୁତ୍ର କନ୍ୟା ପ୍ରେମ ତ ନିଆରା

ପତି ପ୍ରେମ ତ ନିଆରା

ସିନ୍ଦୁରର ପ୍ରେମ ଆଗେ ସବୁ ଫିକା ପଡିଯାଏ ଏହି ଧରା l

ରାଧାକୃଷ୍ଣ ପ୍ରେମ ସବୁଠୁ ଉନ୍ନତ

ସବୁ ଶରୀର ରେ ଅଛି

ନିଶ୍ୱାସ ପ୍ରଶ୍ୱାସ ପ୍ରେମରେ ଶରୀର

ଯାତାୟାତ କରୁଅଛି l

ବହୁଦୂରେ ସୂର୍ଯ୍ୟ ପଦ୍ମଙ୍କ ମିଳନ

ଚନ୍ଦ୍ରମା ମିଳନ କଇଁ

କେଦାର ଗଉରୀ ନଳ ଦମୟନ୍ତୀ

ସବୁ ପୁରାଣ କହଇ l

ସେ ପ୍ରେମ ଦିବସ ଆଜି ପଡ଼ିଅଛି

ସାଦରେ ପାଳିବା ଆସ

ପ୍ରେମ ବିନା ନାହିଁ ଇଶ୍ୱରଙ୍କ ସୃଷ୍ଟି

ଇଶ୍ୱର ପ୍ରେମରେ ଵଶ l

ପ୍ରେମେ ମାହେଶ୍ୱରୀ କୋଳେ ବସିଛନ୍ତି

ସଦା ମହେଶ୍ୱରଙ୍କର

ସେ ପ୍ରେମକୁ କୁଛ୍ର ରୂପ ଦିଅ ନାହିଁ

ହେ ଭାଇ ଭଉଣୀ ମୋର l

ଯହିଁ ଥାଉ ଯିଏ ସଚ୍ଚା ପ୍ରେମ କର

ଅନ୍ତରରେ ଥାଉ ଭାବ

ଅନ୍ତର ର ଭାବ ଜାଣେ ଅନ୍ତର୍ଜାମୀ

କେବେ ନିରାଶ ନହେବ

ଗୋଲାପ ଦିବସେ ଗୋଲାପୀ ପ୍ରେମକୁ

ନଷ୍ଟ କରିଦିଅ ନାହିଁ

ଅଜର ଅମର ପ୍ରେମକୁ ପ୍ରେମରେ

ବାନ୍ଧିରଖ ମୋର ଭାଇ ।



Rate this content
Log in

Similar oriya poem from Classics