Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Classics

4.5  

Bishnupriya Panda

Classics

ମା, ମାଟିର ଆହ୍ୱାନ, ରଖ ମାତୃଭାଷା ସମ୍ମାନ

ମା, ମାଟିର ଆହ୍ୱାନ, ରଖ ମାତୃଭାଷା ସମ୍ମାନ

1 min
282



ମାତୃଭୁ୍ମୀ ଆମ ଭାରତ ବର୍ଷଟି

ସବୁ ଦେଶଠୁ ମହାନ

ଓଡିଶାରେ ଜନ୍ମି ଗର୍ବିତ ମୁହିଁ ଯେ

ସବୁଠାରୁ ଗରୀଆନ l

ମୋଦେଶ ମୋଭାଷା ସୁନ୍ଦର ଲାଳିତ୍ୟ

ଭାଷା କୋଷ ମୋର ଗରୁ

ଏ ଭାଷା ମହତ୍ୱ ଯେ ଜନ ବୁଝଇ

ହାରେନି କେବେ କାଠାରୁ l

ମାମୁଁ ମାଇଁ ଖୁଡି ମାଉସୀ ପିଉସୀ

ବିଭିନ୍ନ ମୋ ସମ୍ବୋଧନ

କିଏ କେଉଁପରି କାହା ପରିଚୟ

ଜାଣେ ମୋର ଅଭିଧାନ l

ଜନମିଛି ମୁହିଁ ଏହlରି କୋଳରେ

ଏ ପାଣି ପବନ ଖାଇ

ୟା ଗହନ ବନ ମନ୍ଦିର ଦର୍ଶନ

ସବୁଠୁ ନିଆରା ହୋଇ l

ଗାଁ ଚାଟଶାଳୀ ଚାଷୀ ଧାନ ବୁହା

ଗାଈ ଗୋଠକୁ ଫିଟିବା

ଟୁପୁରୁ ଟାପୁରୁ କେତେ କଥାବାର୍ତ୍ତା

ସଭିଙ୍କ ମନ ଜିଣିବା l

ଭାରତବର୍ଷକୁ ଇଂରେଜ ଆସିଣ

କିପରି ମନ୍ତ୍ର ଫୁଙ୍କିଲେ

ଓଡିଶା ବାସୀ ମୋ ବାଇ ପ୍ରାୟ ହୋଇ

ଇଂରାଜୀ ଶିକ୍ଷl କଲେ l

ମାଆ ଡାକ ଛାଡି ପିଲାମାନେ ମୋର

ଡାଡି ମମି ଡାକିଲେଣି

ମାଆର କ୍ରନ୍ଦନ ଶୁଭୁନାହିଁ ଆଉ

ମାତୃତ୍ୱ ମଧ୍ଯ ଗଲାଣି l

ମାଆର ପଣତ କାନି ଆଉ ନାହିଁ

ରୁମାଲୁ ଧରା ହେଲାଣି

ବିଦେଶୀ ସଭ୍ୟତା ଧସାଇ ପଶିଛି

କିହେଲା କିହେଲା ପୁଣି l

ମାଆ ମାଟି ଆଜି କରୁଛି ଆହ୍ୱାନ

ଆସ ମୋ ସନ୍ତାନ ଗଣ

ମାତୃଭାଷାର ସମ୍ମାନ ରକ୍ଷା କର

ଉବୁଟୁବୁ ହୁଏ ଜାଣ l

ମାତୃଭାଷା ଦିବସରେ ଆଜି ଆମେ

ଆସ ଶପଥ କରିବା

ମାଆର ସମ୍ମାନ ଭାଷାର ସମ୍ମାନ

ଉଜ୍ଜୀବିତ କରାଇବା l

ଲେଖନୀ ମୁନରେ ଲେଖିଦେଲେ ଖାଲି

ମୋ ଭାଷା ଉଠିବ ନାହିଁ

କର ପ୍ରତିକାର ଆମ ସରକାର

ଭାଷାର ଉନ୍ନତି ପାଇଁ l

ମାତୃଭୁ୍ମୀ ଆଉ ଭାଷାର ମମତା

ଦୁହେଁ ଅଟନ୍ତି ସମାନ

ଆମଦେଶ ବାସୀ ଦେଶରେ ରୁହନ୍ତୁ

ଏହା ମୋହର ଆହ୍ୱାନ l



Rate this content
Log in

Similar oriya poem from Classics