STORYMIRROR

sudarsan mahapatra

Classics

4  

sudarsan mahapatra

Classics

ଅନୁତ୍ତରିତ

ଅନୁତ୍ତରିତ

1 min
354

ଏବେ ଆଉ କ'ଣ ଖୋଜୁଛି ସେ

ତା କଥା କୁହା ଆଖିର 

ମଲା ଆଖି ପତା ମେଲି

ଭରସା ବିଶ୍ବାସ

ଏଠି ପରା ବାତଚକ୍ର ପରି ଘୁରିବୁଲେ

ଦୀର୍ଘ ଅବଶୋଷ

ଭୋକର ଉଲ୍ଲାସ ।


ଖୋଜୁଥିଲା କି ସେ ଚିରୁଡେ ଶରଧା

ପୂଣ୍ୟଭୁମି ଶରଧା ବାଲିରେ

ସେଠି ତ ଶରଧାକୁ ଶୋଷିନେଇ

ବାଲିମୁଠେ ପଡିଛି ଯାହା

ମୂକସାକ୍ଷୀ ହୋଇ ଦୁଃଖ ଯନ୍ତ୍ରଣାରେ ।


ଅମାବାସ୍ୟାର ବହଳ ଅନ୍ଧାର

ଭାଗ୍ୟର ନିଷ୍ଠୁରତା

ସବୁ ଉପଲବ୍ଧ ଥିଲାଟି ତା' ପାଇଁ

ଆଗପଛ ହୋଇ ,

କେଉଁ ଜହ୍ଲାଦର କୁତ୍ସିତ କାମନାରେ 

ନିରବି ଯାଇଛି ତା ଶରୀର

ସାକ୍ଷୀ ପ୍ରମାଣ ସବୁ ଗାଏବ

ମାନବିକତାର ସୀମା ରେଖା ଡେଇଁ ।


ଝିଅ ହୋଇ

ଜନ୍ମ ହେବା କ'ଣ ପାପ

କିଏ ସେ ଏବେ ଉତ୍ତରଦାୟୀ

ସେଇ ନିରିମାଖି ପାଖରେ,

ବୁଦ୍ଧିଜୀବୀ ଙ୍କ ଲେଖନୀ

କବିର ସୃଜନୀ ଅବା 

ବିଳମ୍ବିତ ନ୍ୟାୟ, 

କେତେ ଦିନ ଆଉ ଝିଅଟିଏ

ବିଶ୍ବାସର ଶରଧାବାଲିରେ

ଢାଳୁଥିବ ତା'ର ଶେଷ ଟୋପା ଲୁହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics