STORYMIRROR

sudarsan mahapatra

Inspirational

3  

sudarsan mahapatra

Inspirational

ନାରୀ

ନାରୀ

1 min
169


ପୃଥିବୀର କେନ୍ଦ୍ରବିନ୍ଦୁ ଉପରେ 

ତୁମେ ଦୀପଶିଖାଟିଏ

ଅନ୍ଧାରରେ ରହି

ଅନ୍ୟକୁ ଆଲୋକ ଦେଖାଇବାର

ଆସ୍ପର୍ଦ୍ଧାଟିଏ

ଏ ପୃଥିବୀ ତ କେବଳ ତୁମରି ଆଉ

ତୁମରି ଦାନରେ 

ସୌନ୍ଦର୍ଯ୍ୟର ସତ୍ତାଟିଏ 

ଏ ସାରା ସଂସାର ତ ଖାଲି 

ତୁମରି ଦାନର ଅବଦାନ 

ତୁମେ ହିଁ ତ ସଂସାର ବଗିଚାକୁ

ସରସ ସୁନ୍ଦର କରି ଗଢ଼ି ତୋଳିଚ

ତୁମରି କର କମଳରେ


ତୁମେ ପରା ନାରୀ

ଏ ସାରା ସୃଷ୍ଟିର ଆଧାର

ଅନ୍ୟକୁ ହସାଇବାର ଲକ୍ଷ୍ୟରେ

ତୁମ ଓଠରେ ଫୁଟେ ହସର କବିତା

ସଂଘର୍ଷ ପଥରେ ଚାଲିବାକୁ

ତୁମ ପାଦେ ଥୟଧରେ

ଅବିଶ୍ରାନ୍ତ ରାସ୍ତା


ହେ ନାରୀ !

ତୁମେ ସ୍ୱୟଂସିଦ୍ଧା

ସ୍ୱୀକାର ଏ ଯୁଗର ଆହ୍ୱାନ

ତୁମ ପଣତକାନି ହେଉ

ପବିତ୍ର ପତିତପାବନ

ତୁମେ ଏବେ ଉନ୍ମୁକ୍ତ କର

ହୃଦୟର ରୁଦ୍ଧ ଦ୍ୱାର

ଦେହରେ ମନରେ ଭରିଯିବ

ନବ ଉନ୍ମେଷର ଶତ ଶିହରଣ...!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational