STORYMIRROR

sudarsan mahapatra

Romance

3  

sudarsan mahapatra

Romance

ପ୍ରେମ

ପ୍ରେମ

1 min
166


ଦିନ ଓ ରାତିର ସନ୍ଧିକ୍ଷଣରେ

ଅନ୍ଧାର ଆଲୋକରେ ଲୀନ ହେଲାବେଳେ

ଫୁଲ ଫୁଟିବା କ୍ଷଣରେ

ଭୁରୁଭୁରୁ ବାସ୍ନା ଚହଟିଲା ବେଳେ

ବର୍ଷା ମାଟିକୁ ଭିଜେଇବା ବେଳେ 

ମଞ୍ଜି ଅଙ୍କୁରିତ ହେଲେବେଳେ 

ଅବା,ବୃକ୍ଷ ଫଳ ଯାଚିଦେବା କ୍ଷଣେ

ଭୋକିଲାକୁ ଭାତ ମୁଠେ ଅବା

ତୃଷାର୍ତ୍ତ କୁ ପାଣି ମୁନ୍ଦେ

ପରଶିଲା ବେଳେ

ଯା'ର ଉପସ୍ଥିତି ଅନୁଭୂତ ହୁଏ

ସେ ପ୍ରେମ...!!

           

ପ୍ରେମ ଏକ ବାସ୍ନା

ଫୁଲବନ ନୁହେଁ ତା ଠିକଣା

ବାସ୍ନାକୁ ବନ୍ଦୀ କରିବା କୌଶଳ

ଫୁଲକୁ ଅଜଣା

ଫୁଲ ବାସ୍ନା ଛୁଟାଏ ସିନା

ସହେ କିନ୍ତୁ ଅନେକ ଯନ୍ତ୍ରଣା

ଦୁଃଖର ବଳୟ ମଧ୍ୟରେ

ଅନୁକ୍ଷଣ ସୁଖ ଆଲିଙ୍ଗନ

ପ୍ରେମ ଫୁଲ ହୋଇ ଫୁଟେ

ଜୀଇଁଯାଏ ନିଗିଡା ଜୀବନ ...!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance