STORYMIRROR

sudarsan mahapatra

Classics

4  

sudarsan mahapatra

Classics

ଫୁଟେ ପ୍ରୀତିର ଫୁଲ

ଫୁଟେ ପ୍ରୀତିର ଫୁଲ

1 min
273


ରାତିର କଥା ପତରେ ଲେଖି

ଉଡି ଯାଇଛି ସେନେହ ପକ୍ଷୀ

କାକର-ଲୁହ ଝରେ

ତମେ କେଉଁଠି ମୁଁ କେଉଁଠି

ଫିଟି ଯାଇଛି ସଂପର୍କ ଗଣ୍ଠି

ଶୂନ୍ୟତା ହୃଦେ ଭରେ ।।


ସବୁ ତିଥିରେ ଝଲସେ ଜହ୍ନ

ସବୁ ସକାଳେ ଖୁସିର ଚିହ୍ନ

ଫୁଟେ ପ୍ରୀତିର ଫୁଲ

ପ୍ରେମ ପୁରୁଣା କେବେ ହୁଏନା

ତିକ୍ତ ଭାବନା ମନେ ଆସେନା

ସେତ ଅମୂଲ ମୂଲ ।।


ଦେହ ଦେହାଳି ବୟସ ମୋଡେ

ଧୂସର ବର୍ଣ୍ଣି ପତର ଝଡେ

ପୁଣି କଅଁଳେ କଢି

ସତେଜ ହୁଏ ତୁମରି ସ୍ମୃତି

ହୃଦ ସିନ୍ଧୁକେ ରଖେ ସାଇତି

ସପନେ ଯାଏ ବୁଡି ।।


ତମରି କଥା ବନ୍ଧେଇ ବହି

ଯେତେ ପଢିଲେ ନୂଆ ଲାଗଇ

ନୁହଁଇ ଅବିସ୍ମୃତ

ସପନେ ତମ ଆସିବା ଯିବା

ନିଦରେ ଆଖି କରୁଛି ଓଦା

ଜୀବନ ଲାଗେ ରିକ୍ତ ।।


ତମରି ସେଇ ଜୋଛନା ପାଦ

ପଡିବ ଯେବେ ଉଇଁବ ଚାନ୍ଦ

ଭୁଲିବି ପରାଭବ

ଅସାର ରାତି ଯିବ ବି ପାହି

ନୂତନ ସୂର୍ଯ୍ୟ ଆସିବ ଉଇଁ

ମୋ ଘର ଝଲସିବ ‌।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics