STORYMIRROR

Bhagaban Otta

Classics

4  

Bhagaban Otta

Classics

ପ୍ରେମ ଓ ପ୍ରତାରଣା

ପ୍ରେମ ଓ ପ୍ରତାରଣା

1 min
323

ଦୁଇ ମନ ଦୁଇ ହୃଦୟ ମିଶିଲେ

ସୃଷ୍ଟି ହୋଇଥାଏ ପ୍ରେମ,

ପ୍ରେମ ଦେଖେନାହିଁ ଉଚ୍ଚ ନୀଚ ଭାବ

ପ୍ରେମ ସ୍ୱୟଂ ଭଗବାନ... ll01ll


ପ୍ରେମଟି ଅଟଇ ଦୁଇଟି ଆତ୍ମାର

ମିଳନ ସମ୍ପର୍କ ସୂତା,

ପ୍ରେମ ଅଟେ ଅନୁଭବ ଅନୁଭୂତି

ପ୍ରେମଟି ଅକୁହା କଥା...ll02ll


ପ୍ରେମ ବୋଲି ଯେଉଁ ଦୁଇଟି ଅକ୍ଷର

ନାହିଁ ତା'ର ସୀମାରେଖା,

ନାହିଁ ତ ନିର୍ଦ୍ଧିଷ୍ଟ ସଂଜ୍ଞା ସେ ପ୍ରେମର

ପ୍ରେମ ବିଶ୍ୱାସ ଭରସା... ll03ll


ପ୍ରେମ ଭାବି ଚିନ୍ତି କରେନାହିଁ କେହି

ଆପେ ଆପେ ହୋଇଯାଏ,

ଜାତି ଧର୍ମ ବଡ଼ ସାନ ମାନେ ନାହିଁ

ହୃଦୟକୁ ଛୁଇଁଯାଏ... ll04ll


ଏମିତି କେ ଅଛି ଦୁନିଆରେ ଜଣେ

ପ୍ରେମ ଜମା କରିନାହିଁ,

ପ୍ରେମକୁ ହୃଦରେ ଏମିତି କେ ନାହିଁ

ବାନ୍ଧି ରଖି ପାରିନାହିଁ... ll05ll


ପ୍ରେମଟି ଶାଶ୍ୱତ ପ୍ରେମଟି ଅମୃତ

ପ୍ରେମ ଚିରନ୍ତନ ସତ୍ୟ,

ପ୍ରେମ ଶିବ ପୁଣି ପ୍ରେମଟି ସୁନ୍ଦର

ପ୍ରେମ ଅଟେ ସାରସ୍ୱତ... ll06ll


ପ୍ରେମ ହିଁ ଶାଶ୍ଵତ ପ୍ରେମ ନିତ୍ୟ ସତ୍ୟ

ପ୍ରେମ ଅମର ସଂଗୀତ,

ପ୍ରେମ ହିଁ ତ ଆତ୍ମା ପ୍ରେମ ପରମାତ୍ମା

ପ୍ରେମେଝରେ ମକରନ୍ଦ... ll07ll


ବିଶ୍ୱାସ ଭରସା ତ୍ୟାଗ ପ୍ରେମ ନିଷ୍ଠା

ପୁରିଛି ହୃଦେ ଯାହାର,

ପ୍ରତାରଣା ନୁହେଁ କାଳ କାଳ ପାଇଁ

ପ୍ରେମ ଯେ ଚିର ଅମର... ll08ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics