STORYMIRROR

Hemanta kumar Sahoo

Classics

4  

Hemanta kumar Sahoo

Classics

ମୋ ମାତୃଭାଷା

ମୋ ମାତୃଭାଷା

1 min
320


ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

ଓଡ଼ିଆ ଭାଷାଟି ମୋର କେଡେ ବଢିଆ 

ମୁଁ ଓଡ଼ିଆ .................।।

ଓଡ଼ିଆ ଘରେ ଜନମ

ବିଧାତା ଦେଇଛି ଜାଣ 

ପିଲାବେଳୁ ଶିଖାଇ ଛନ୍ତି ମୋର ବାପା ମାଆ 

ମୁଁ ଓଡ଼ିଆ....................।।

ଓଡ଼ିଆ କହି ଶିଖିଲି

ଓଡ଼ିଆ କହି ଜାଣିଲି 

ଗୁରୁ ଦେଲେ ଶିକ୍ଷା ମୋତେ ମାତୃଭାଷା ତୋର ସାହା

ମୁଁ ଓଡ଼ିଆ....................।।

ଓଡ଼ିଆରେ ରଖି ଯଶ 

ଶେଷରେ ହେବି ପାଉଁଶ

ଓଡ଼ିଆର ସଂସ୍କୃତିକୁ ମାନି ଚଳଣି ନିତି ଦିନିଆ

ମୁଁ ଓଡ଼ିଆ....................।।

ମାତୃଭାଷା ମୋର ମାଆ 

ତୁଣ୍ଡୁ ଆସେ ଛାଆଁ ଛାଆଁ

ଓଡ଼ିଶାର ପରମ୍ପରା ଦେଖ ବା କେଡେ ବଢିଆ 

ମୁଁ ଓଡ଼ିଆ....................।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics