Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ଭାବରେ ଭକ୍ତିରେ ଭାଗବତ

ଭାବରେ ଭକ୍ତିରେ ଭାଗବତ

1 min
360



କଥା ଅମୃତ ଭାଗବତ

ଅଭ୍ୟାସ କରୁଥିବ ନିତ୍ୟ l


ସୃଷ୍ଟିର ପାଳନ ସଂହାର

କହଇ ଭାଗବତକାର l


ସଫଳ ଜନ୍ମ ଜଗତରେ

ସେବା କରମ ନର କରେ l


ମାୟା ସଂସାରେ ଭକ୍ତି ଥିଲେ

ଈଶ୍ୱର ପ୍ରାପ୍ତି ମହୀତଳେ l


କପଟ ପଥ ପରିହର

ଭାବର ତୁମେଯେ ଈଶ୍ୱର l


ପୁଣ୍ୟ ଗ୍ରନ୍ଥ ଯେ ଭାଗବତ

ନୀତି ଆଦର୍ଶ କଥାମୃତ l


ପ୍ରଭୁଙ୍କ ନାମ ଭକ୍ତିରସ

ରଚିଲେ ଜଗନ୍ନାଥ ଦାସ l


ଗ୍ରାମେ ଭାଗବତ ଆସର

ପବିତ୍ର କରଇ ସଂସାର l


ପଢିଲେ ଶୁଣିଲେ ଏ ମନ

ଆୟତ୍ତେ ରହିବଟି ଜାଣ l


ସୁଖ ଦୁଃଖରେ ଦୃଢ଼ ଚିତ୍ତ 

ବିପଦେ ଦେଉଥିବ ସାଥ l


ପ୍ରଭୁଙ୍କ ନାମ ଉପଦେଶ

ଭାଗବତେ ତାହା ପ୍ରକାଶ l


କ୍ଷଣ ଭଙ୍ଗୁର ଏ ଜୀବନ

ଅଟେ ପରା ଅଢେଇ ଦିନ l


ଦାନ ଧରମ କର୍ମ ଯାର

ସେବା ଅଟେଇ ପ୍ରଭୁଙ୍କର l


ଶ୍ରୀକୃଷ୍ଣ ଜନ୍ମ ବନ୍ଦୀଘରେ

ଦେବାକୁ ଫଳ ଅତ୍ୟାଚାରେ l


ସମ୍ପତ୍ତି ଲୋଭେ ଦୁର୍ଯ୍ୟୋଧନ

ମୃତ୍ୟୁ ଲଭିଲା ପାଇଁ ମାନ l


ଭାବ ଭକ୍ତିର ନିଦର୍ଶନ

ପ୍ରମାଣ ଦେଲେଯେ ଅର୍ଜୁନ l


ସତ୍ୟ ସରଳ ପ୍ରଭୁ ଭକ୍ତି

ଧର୍ମେ ରହିଲେ ହେବ ମୁକ୍ତି l


ଦୁର୍ଲଭ ଜନମ ମଣିଷ

ସାର୍ଥକେ ଯାଉଯେ ପ୍ରଶ୍ୱାସ l


ଚିନ୍ତା ଚେତନା କର୍ମେ ଭୟ 

ଭାଗବତ ହୁଏ ସହାୟ l


ଆନନ୍ଦେ ପଢ଼ ଭାଗବତ

ଭାବେ ହୋଇବ ସନ୍ତୋଷିତ l


Rate this content
Log in

Similar oriya poem from Classics