STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ବାଟବଣା ବାଟୋଇ

ବାଟବଣା ବାଟୋଇ

1 min
390


ମଣିଷ କୁଳେ ଜନମ  ଶ୍ରେଷ୍ଠ ଜୀବ ବହି ନାମ

ଚିତ୍ତ ବୁଦ୍ଧି ବିଦ୍ୟା ଜ୍ଞାନେ ଯେ ବଳିୟାନ 

କ୍ଷଣିକ ଅଟେ ଜୀବନ  କରି ମାନ ଅଭିମାନ

ଗର୍ବ ହିଂସା ମାୟା ମୋହେ ପେଡି ହୋଇଣ

    ଦିଗହରା ହୋଇ ଖୋଜୁଛେ

ଅତଳ ସାଗରେ ଆମେ ହଜି ଯାଇଛେ l


ମୃତ୍ୟୁ ଅଟେ ମହାସତ୍ୟ ସମ୍ପତ୍ତି ଧନ ଅସତ୍ୟ

ପ୍ରାଚୁର୍ଯ୍ୟରେ ଦେଇ ମନ ସମ୍ପର୍କ ତୁଛ

ହଜାଇ ମାନବିକତା ଛାଡି ସହନଶୀଳତା

କାମ ପ୍ରେମେ ଧାଇଁ ଧାଇଁ ଦୁନିଆଁ ମିଛ

   ଅସମ୍ପୂର୍ଣ୍ଣ ରହେ କାମନା 

କାମନା ଚିନ୍ତାରେ ଦୁଃଖ ଶେଷ ଭାବନା l


ଷଡ଼ରିପୁ କବଳିତ  ପଞ୍ଚେନ୍ଦ୍ରୀୟ ଭୋଗେ ଲିପ୍ତ

ବାଟବଣା ହୁଏ ମନ ପାଏନା ପଥ

ବୁଝି ବୁଝି ଅବୁଝାରେ ପଥ ହୁଡ଼େ ବାରମ୍ବାରେ

ଭଲ କାର୍ଯ୍ୟ କର୍ମ ପାଇଁ ନିଏ ଶପଥ

   ଅବାଟ ପଥର ପଥିକ

ପଥିକ ପାଏନା ବାଟ ହାରି ବିବେକ l


ଅସନ୍ତୋଷ ଅସଫଳ ଜୀବନ ହୁଏ ବିଫଳ

ଦୁର୍ଲଭ ମାନବ ଜନ୍ମ ଯେ ଅକାରଣ

ଈଶ୍ୱର ନାମ କୀର୍ତ୍ତନ ସାନ୍ନିଧ୍ୟ ପ୍ରଭୁ ଦର୍ଶନ

ଆଧ୍ୟାତ୍ମିକ ଜ୍ଞାନ ଭକ୍ତି ଧେୟ ଜୀବନ

    ବାଟବଣା ହୋଇ ବାଟୋଇ

ହଜିଯାଏ ଇତିହାସେ ଅଲୋଡ଼ା ହୋଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics