STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ମାଆର ଚୁମ୍ବନ ଆହାଃ କି ମିଠା

ମାଆର ଚୁମ୍ବନ ଆହାଃ କି ମିଠା

1 min
374

 


ମାଆ ତ ମାଆ ସାରା ଦୁନିଆରେ ସବୁଠାରୁ ବଡ଼

ତା' ଲାଗି ବିକାଶି ପ୍ରକାଶି ଯେତେ ପ୍ରତିଭା

ବୀରପଣେ ଜିଣି ଯାଉ ଗଡ଼ ପରେ ଗଡ଼

ମାଆର ହାତ ସବୁବେଳେ ରହିଥାଏ

ସନ୍ତାନର ମୁଣ୍ଡ ଉପରେ କରିବାକୁ କଲ୍ୟାଣ

ମାଆ ବନ୍ଦନୀୟା ପୂଜନୀୟା ଦେବୀ ସ୍ୱରୂପା

ବର୍ଣ୍ଣିଲେ ସାରି ହୁଏନାହିଁ ତା'ର ଗୁଣ

ସ୍ନେହ ମମତାର ସେ ପୂଣ୍ୟତୋୟା ଗଙ୍ଗା

ମହନୀୟା ସହନଶୀଳା ଧୈର୍ଯ୍ୟଶୀଳା 

ତା' କରୁଣା ହେଲେ ଊଣା ବୁଡ଼େ ଜୀବନ ଡ଼ଙ୍ଗା

ସରାଗରେ କୋଳେଇ ନେଇ କରେ ଗେଲ

ଶୁଭ ମନାସି ଢ଼ାଳିଦିଏ ଆଶିଷ ତା'ର

ସେବା ଯତ୍ନରେ ରହିଥାଏ ସେ ନିରନ୍ତର

କଲ୍ୟାଣକାରିଣୀ ରୂପେ ଜୀବନ୍ତ ଦେବୀ ପ୍ରତିମା

ଘରକୁ ମନ୍ଦିର କରି ଗଢ଼େ ସେ ଦେଇ ଲୁହ ଲହୁ

ସାରା ସୃଷ୍ଟିରେ ସବୁଠୁ ବଡ଼ ମାଆର ମହିମା

ସେଇ ମାଆର ଚୁମ୍ବନ ଆହାଃ କି ମିଠା

ତା' ସାଥେ ତୁଲ ହୁଏନା ଆରିସା କାକରା ପିଠା

ଅସାର ଏ ସଂସାରରେ ମାଆ ହିଁ ସାର

ତାହାରି ଲାଗି ଆଶା ଆକାଂକ୍ଷା ହୁଏ ସାକାର

ମାଆର କରି ସେବା ତା' ଓଠରେ ଦେଲେ ହସ

ସର୍ବ ଦେବାଦେବୀ ସନ୍ତୁଷ୍ଟରେ ଦିଅନ୍ତି ଆଶିଷ  

ଯୁଗେ ଯୁଗେ ଅତୁଳନୀୟ ମାଆର ତ୍ୟାଗ ନିଷ୍ଠା

ମମତାମୟୀ ମାଆର ଚୁମ୍ବନ ଆହାଃ କି ମିଠା...।

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract