ଜହ୍ନ ମାମୁଁ ଘରେ ଭାରତ ଦେଶ
ଜହ୍ନ ମାମୁଁ ଘରେ ଭାରତ ଦେଶ
ଜହ୍ନ ମାମୁଁ ଘରେ ଭାରତ ଦେଶ
ଦକ୍ଷିଣ ମେରୁରେ କଲା ପ୍ରବେଶ l
ଥାପିଛି ସେ ପାଦ ଜହ୍ନ ରାଇଜେ
ଖୁସିରେ ସଂସାର ଆଜି ଗରଜେ l
ଚନ୍ଦ୍ରୟାନ-ଦୁଇ ଥିଲା ବିଫଳ
ତୃତୀୟ ପ୍ରୟାସେ ହେଲା ସଫଳ l
ସଫ୍ଟ ଲ୍ୟାଣ୍ଡିଂରେ ବିକ୍ରମ ଲ୍ୟାଣ୍ଡର
ପ୍ରଜ୍ଞାନ ରୋଭର ହେଲା ବାହାର l
ଜହ୍ନ ମାମୁଁ ଦେଶେ ଗୋଟିଏ ଦିନ
ଚଉଦ ଦିନର ତାର ଭ୍ରମଣ l
ଦବ ଯଦି କେବେ ଜଳ ସନ୍ଧାନ
ଜୀବ ଜଗତର ହେବ ଉତ୍ପନ l
ଖଣିଜ ପଦାର୍ଥ କେତେଯେ ଅଛି
ପାଣି ପାଗ ଏବେ ସବୁ କହୁଛି l
ରଚିଲା ସଂସାରେ ଅନେକ ନାମ
ବିଦେଶରୁ ମିଳେ କେତେ ସୁନାମ l
ଇସ୍ରୋ ବୈଜ୍ଞାନିକ ଆମ ମହାନ
ଚନ୍ଦ୍ରମା ରହସ୍ୟ ପାଇବା ଜାଣ l
ପୁରାଣ ଲେଖାଟା ଥିଲା ବିଶ୍ୱାସ
ରାହୁ କେତେ ଥର କରିଛି ଗ୍ରାସ l
ଦେଇଥିଲା ଦିନେ ଠେକୁଆ ଝାସ
ଦିଶୁଥିଲା ଆମେ ତାହାର ନିଶ l
ଦେଖିଲୁ ଠେକୁଆ ସେଠାରେ ନାହିଁ
ଦିଶୁଅଛି ସତେ ଟାଙ୍ଗରା ଭୂଇଁ l
ବଡ ବଡ଼ ଗର୍ତ୍ତ ସେଠାରେ ଅଛି
ଶୁଣୁ ଏଲୀଆନ ଲୁଚି ବସିଛି l
ସତ ମିଛ ସବୁ କରି ପ୍ରକାଶ
ବିକ୍ରମ ପ୍ରଜ୍ଞାନ ଦେବେ ସଦେଶ l
ଧନ୍ୟ ଧନ୍ୟ ଆମ ଇସ୍ରୋ ବିଜ୍ଞାନୀ
ଆଜି ସଂସାରରେ ଶ୍ରେଷ୍ଠ ସୁଜ୍ଞାନୀ ।
ଉଡିଲା ତ୍ରିରଙ୍ଗା ଜହ୍ନ ରାଇଜେ
ଭାରତ ଦେଶର ସୁନାମ ବାଜେ l
