STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଗୁରୁ

ଗୁରୁ

1 min
349


ପୁଣ୍ୟ ସରସୀରେ,ପଦ୍ମ ପତରରେ

ପାଦ ଯାର ସେ ଗୁରୁ

ସତ୍ୟର ସନ୍ଧାନେ ଜ୍ଞାନର ଆଲୋକେ 

ପଥ ଓ ପାଥେୟ ଗୁରୁ

ଫୁଲର ସୁରଭିରେ,ଫଳର ସ୍ୱାଦିଷ୍ଟରେ

ଭିର୍ନ୍ନ ଦୃଷ୍ଟି ଯାର ସେ ଗୁରୁ

ଗୁଳ୍ମରୁ ଦ୍ରୁମ ଯାଏଁ,ପାପରୁ ପୁଣ୍ୟ ଯାଏ

ଓଁ ଲେଖେ ଯିଏ ସିଏ ଗୁରୁ

ଗୁରୁ ନୁହଁନ୍ତି ଜମା ଭୀରୁ

କଥାରେ ତୃପ୍ତି ଧୋଇ ଆଶାନ୍ତି

ଆସଇ ଶାନ୍ତି ଆଲୋକ ଦୀପ୍ତି

ପ୍ରୀତି ମୈତ୍ରୀ ଭରା,ଶୀତ ବର୍ଷା ଖରା

ମହାଦ୍ରୁମ ପରି ଗରୁ ଗୁରୁ

ସତ୍ୟ ବଚନ ସତ୍ୟ ଉନ୍ମୋଚନ

ପୁଣ୍ୟ ଜୀବନ ଶାଶ୍ୱତ ଚୈତନ୍ୟ

ଶ୍ରଦ୍ଧାର ସାଧକ ଗୁରୁ

ଅନ୍ତର୍ନିହିତ ଶକ୍ତି ଆପଣାପଣର ଭକ୍ତି

ଜ୍ଞାନର ଜଳାଇ ବତୀ ଝରାଇ ଦୀପ୍ତି

ସବୁ କାନ୍ତି ସ୍ୱରୂପ ଗୁରୁ

ଜାଗତିକ ମହାମେରୁ

ଅଚଳ ଆକୁଳ ଅଥଳ ଜଳ ରୋହି

ଜ୍ଞାନର ଆଲୋକେ ଆଲୋକିତ ଏହି ମହୀ

ହେ ଗୁରୁ ତୁମେ ମହନୀୟ

ହେ ଗୁରୁ ତୁମେ ଗରିମାମୟ

ଫୁଲରୁ ପତ୍ର,ପଙ୍କରୁ ଯାତ

ଗୋଲକ ରକ୍ଷକ ଗୁରୁ

ଆଶୁତୋଷ ସଦଗୁରୁ

ଗୁରୁ ଦିବସରେ ଗୁରୁ ପାଦ ଧୋଇ

ଭଲ ମଣିଷ ହେବା ଶପଥ ନେଇ

ଗୁରୁ ଦିବସର ଦିବ୍ୟଚେତନା ଏହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract