STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଗୁରବୈ ନମଃ

ଗୁରବୈ ନମଃ

1 min
223


ଗୁରୁଙ୍କୁ ମାପିବାର ସାମର୍ଥ୍ୟ ହରାଇ ବାରବାର

ଗୁରୁଙ୍କୁ ଭାବୁଛି ସେ ନିଶ୍ଚୟ ସଚରାଚର

ଗୁରୁଙ୍କୁ ନମଣି ନର ଗୁରୁ ହିଁ ସାକ୍ଷାତ ଇଶ୍ୱର

ଜ୍ଞାନ ଗରିମା ଚେନତା ଚୈତନ୍ୟ ମନ୍ତର

ଗୁରୁ ପୂଜନେ ସିଦ୍ଧି ପ୍ରାପ୍ତି

ଗୁରୁ ହିଁ ଅନ୍ଧାରେ ଚମକ ଅଟନ୍ତି

କୁସଂସ୍କାର ଦୂରେଇ ପଥ ଓ ପାଥେୟ ଦେଖାନ୍ତି

ଜ୍ଞାନ ନେବା ସହଜ ନୁହେଁ

ଜ୍ଞାନ ଗୁଣୀ ଚିହ୍ନିବ କିଏ

ବୁଦ୍ଧି ବିଦ୍ୟା ପ୍ରୟୋଗ ଉର୍ନ୍ନତତର

ଗୁରୁ ଓ ଶିଷ୍ୟ ଭକ୍ତି ଭାବ ଜ୍ଞାନ ଆଧାର

ପରିପୂରକ ମନ୍ତର ଭିତରେ ଅଗ୍ରାଧିକାର

ପରିବାର ସମାଜ ଉର୍ଦ୍ଧରେ

ଜାତି ପ୍ରୀତି ସାହିତ୍ୟ ସଂସ୍କୃତି ଭିତରେ

ଜ୍ଞାନ ପରିସୀମା ଜ୍ୟାମିତି ଚିତ୍ରରେ

ସୀମିତ ନୁହେଁ ଏ ଭବ ସଂସାରେ

ଗୁରୁ ଆରୋହଣ କରନ୍ତି ଦିବ୍ୟଦର୍ଶନରେ

ବାଣ୍ଟନ୍ତି ଯୁଗ୍ମ ଅଯୁଗ୍ମ ସଂଖ୍ୟାରେ

ଉପଯୁକ୍ତ ସ୍ଥାନ କାଳ ପାତ୍ର ସୁଵିଚାରେ

ଆଜି ବି ମନେପଡ଼ନ୍ତି ଆରୁଣୀ ଉପମନ୍ୟୁ

ଗୁରୁଙ୍କୁ ଜପି ଜପି ଅଭିମନ୍ୟୁ

ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜ୍ଜୁନ ଆଦିଙ୍କର

ଗୁରୁ ଓ ଗୁରୁଦକ୍ଷିଣା ଆଣେ ଭାବାନ୍ତର

ସେ ଯୁଗରୁ ଏ ଯୁଗ ଗୁରୁ ଗୁରବୈ ନମଃ ଓଁଙ୍କାର

ଝଙ୍କୃତ ଝାଞ୍ଜି ଶିକ୍ଷା ଦୀକ୍ଷାର ମନ୍ତର

ଓଡିଶା ରାଇଜ ଭାରତ ଦେଶେ ମୋ ଭରତ

ରାମାୟଣ ପରାକାଷ୍ଠା ରଖିଲେ ନକରି ବିଭାଜ୍ୟ ଅନ୍ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics