STORYMIRROR

Sunanda Mohanty

Abstract Thriller

4  

Sunanda Mohanty

Abstract Thriller

ବଂଶୀ

ବଂଶୀ

1 min
212


ତତେ ଦେଖି ଏତେ ଇର୍ଷା କାହିଁ

ଜାଣେ ନାହିଁ ଏଥିପାଇଁ

ବୋଧହୁଏ ତୁ ସବୁଠୁ ନିଆରା

କୃଷ୍ଣଙ୍କ ଓଠ ଛୁଆଁ ହେଉ ଯେବେ ଅମାନିଆଁ

ଖଣ୍ଡେ ବାଉଁଶରେ ଏତେ ଭାଉ

ସେ ଶବ୍ଦର ଦାଗ ଦାଉ ଦାଉ

ପ୍ରେମର ମହକ ଅବା ପ୍ରେମର ବଣିକ

ଉଭୟଙ୍କୁ ବାନ୍ଧିଲୁ ମଣିକଆଞ୍ଚନ ସିନ୍ଦୁକ

ସେ ସିନ୍ଦୁକ ତାଲା ଫିଟିଗଲା ଯେବେ

ବଇଁଶୀ ବାଜିଲା

ସେ ଧ୍ବନିର ସମ୍ମୋହନ

ସେ ପ୍ରୀତି ସ୍ଵର ଆବେଦନ

ମଥୁରାରୁ ବୃନ୍ଦାବନ

ପୁଣି ମନ ବନ ଉପବନ

ଚହଲେ ଯମୁନା ଛାତି

ଵଉଳେ ଫୁଲମତୀ

ସଂହତି ସମ୍ପୃକ୍ତି ସେ ପ୍ରୀତିରେ ନାହିଁ ଇତି

ତତେ ଗଢିଲା କିଏ

କୃଷ୍ଣଙ୍କ ହାତେ ଦେଲା କିଏ

ଏସବୁର ପ୍ରଶ୍ନରେ ଥରୁଛି ଛାତି ଯେମିତି

କରତି କରତି

ଖଣ୍ଡେ ବାଉଁଶ ଭିତରେ ଏତେ ସମାହାର ଆଦୃତି

ହେ କୃଷ୍ଣ ଥରେ ତ କୁହ ନାରୀଜାତି

ବଇଁଶୀ ମଧୁର ସ୍ଵନ ଆଣେ ପ୍ରୀତିର ଜାଗୃତି

ଯେଣୁ ନାରୀ ଅବଳା ଦୁର୍ବଳା ନୁହେଁ

କିନ୍ତୁ ମାଗେ ଟିକେ ପ୍ରଣୟ ପ୍ରୀତି

ବଂଶୀ ଲାଗିଲେ କୃଷ୍ଣ ରୂପେ ପ୍ରିୟ ପୁରୁଷ ଓଠେ

ତା ଛାତି ସହିବ କେମିତି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract