ବଂଶୀ
ବଂଶୀ
ତତେ ଦେଖି ଏତେ ଇର୍ଷା କାହିଁ
ଜାଣେ ନାହିଁ ଏଥିପାଇଁ
ବୋଧହୁଏ ତୁ ସବୁଠୁ ନିଆରା
କୃଷ୍ଣଙ୍କ ଓଠ ଛୁଆଁ ହେଉ ଯେବେ ଅମାନିଆଁ
ଖଣ୍ଡେ ବାଉଁଶରେ ଏତେ ଭାଉ
ସେ ଶବ୍ଦର ଦାଗ ଦାଉ ଦାଉ
ପ୍ରେମର ମହକ ଅବା ପ୍ରେମର ବଣିକ
ଉଭୟଙ୍କୁ ବାନ୍ଧିଲୁ ମଣିକଆଞ୍ଚନ ସିନ୍ଦୁକ
ସେ ସିନ୍ଦୁକ ତାଲା ଫିଟିଗଲା ଯେବେ
ବଇଁଶୀ ବାଜିଲା
ସେ ଧ୍ବନିର ସମ୍ମୋହନ
ସେ ପ୍ରୀତି ସ୍ଵର ଆବେଦନ
ମଥୁରାରୁ ବୃନ୍ଦାବନ
ପୁଣି ମନ ବନ ଉପବନ
ଚହଲେ ଯମୁନା ଛାତି
ଵଉଳେ ଫୁଲମତୀ
ସଂହତି ସମ୍ପୃକ୍ତି ସେ ପ୍ରୀତିରେ ନାହିଁ ଇତି
ତତେ ଗଢିଲା କିଏ
କୃଷ୍ଣଙ୍କ ହାତେ ଦେଲା କିଏ
ଏସବୁର ପ୍ରଶ୍ନରେ ଥରୁଛି ଛାତି ଯେମିତି
କରତି କରତି
ଖଣ୍ଡେ ବାଉଁଶ ଭିତରେ ଏତେ ସମାହାର ଆଦୃତି
ହେ କୃଷ୍ଣ ଥରେ ତ କୁହ ନାରୀଜାତି
ବଇଁଶୀ ମଧୁର ସ୍ଵନ ଆଣେ ପ୍ରୀତିର ଜାଗୃତି
ଯେଣୁ ନାରୀ ଅବଳା ଦୁର୍ବଳା ନୁହେଁ
କିନ୍ତୁ ମାଗେ ଟିକେ ପ୍ରଣୟ ପ୍ରୀତି
ବଂଶୀ ଲାଗିଲେ କୃଷ୍ଣ ରୂପେ ପ୍ରିୟ ପୁରୁଷ ଓଠେ
ତା ଛାତି ସହିବ କେମିତି ?
