STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ପିତା ସରି ବାପୁ ଆମରି

ପିତା ସରି ବାପୁ ଆମରି

1 min
313


ମଦିରା ଆଖିରେ ସ୍ବପ୍ନ ପଲ୍ଲବିତ

ସତ ହେଉ ବା ନହେଉ ଶତ ପ୍ରତିଶତ

ସଂସାରର ମେରୁଦଣ୍ଡ ହେବେ କି ପରାଜିତ

ନିଜ ଦୁଃଖ ନିଜେ ଚାପି ଅନେଶତ

ପିଲା ଓ ପତ୍ନୀ ମୁଖେ ଫୁଟାଇ ପଦ୍ମ ଶତତ

ସେହିପରି ଏକା ବାପୁଜି ଦେଶର

କାରାବରଣ କରି ବାରବାର

ଅହିଂସା ମନ୍ତର କୁଟି ଖାଅ କାଟି ପିନ୍ଧ ବସ୍ତ୍ର

ରଘୁପତି ରାଘବ ରାଜାରାମ ତନ୍ତର

ଆଣି ଧରାଇଲେ ସ୍ବାଧୀନତା ଅପାର

ବିଦେଶୀ ହଟାଇ ତ୍ରିରଙ୍ଗା ଉଡେଇ

ଏତେ କରି ହେଲେ ମହାତ୍ମା ବିଶ୍ୱର

ପିତା ସରି ମହାତ୍ମା ବାପୁଜୀ ଆମର ଅମର

ଭାରତ ମାତାର ଛିଡାଇ ଶୃଙ୍ଖଳ

କୃଷକ ସୈନିକ ଭରତ ବ୍ରୁକ୍ଷେ ଦୁଇ ଫଳ

ଦେବା ଢାଳି ଜଳ ପାଇ ବଳ କଳ କୌଶଳ

ଜୟ ଜବାନ ଜୟ କିଶାନ ସ୍ଲୋଗାନ

ଗାଉଥିବା ଥିଲା ଯାଏଁ ଏ ଜୀବନ

ଦେଶ ମାତୃକାର ଗୌରବ ପାଇଁ

ଗାନ୍ଧିଜୀଙ୍କ ଠାରୁ ଶିଖି ଶିଖାଇ

ଦେଶ ପ୍ରେମ ମଞ୍ଜି ବୁଣିବା ଖଞ୍ଜି

ଫଳିବ ପ୍ରୀତି ମୈତ୍ରୀ ସ୍ନେହ ଭାଇଚାରା ତୃପ୍ତି

ଜନ ଗଣ ମନ ଅଧିନାୟକ ଜୟ ହେ ପ୍ରାପ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract