STORYMIRROR

Gobinda Chandra Sethi

Inspirational Thriller

4.5  

Gobinda Chandra Sethi

Inspirational Thriller

ହେ ଦେବୀ

ହେ ଦେବୀ

1 min
386


ଜୟ ତୁ ଜୟ ତୁ ମାଗୋ

         ଜଗତ ଜନନୀ

ଦଶ ଭୁଜେ ସବୁ ଅସ୍ତ୍ର 

         ଶକ୍ତି ସ୍ୱରୂପିଣୀ ।।


ତୁମ ଆଗମନେ ଭକ୍ତ

         ଆଜି ଆନନ୍ଦିତ

ଦୁର୍ଗତି ନାଶିନୀ ବୋଲି

         ଧରା ପ୍ରକମ୍ପିତ ।।


ତୁମ ପାଦ ପଦ୍ମେ ଧରା

        ସରସ ସୁନ୍ଦର

ଷୋଡଶୋ ପଚାର ପୂଜେ

        ମାତିଛନ୍ତି ନର ।।


ଜୟ ତୁ ଦୁର୍ଗା ମାତା

        ଅଭୟ ଦାୟିନୀ

ଦୁଷ୍ଟ ମାରି ଶିଷ୍ଟ ତାର

        ମୁକ୍ତି ପ୍ରଦାୟିନୀ ।।


ଆଶ୍ୱିନର ଶୁକ୍ଳ ପକ୍ଷ

        ହୋଇଲେ ପ୍ରବେଶ

ଗାଆଁ ଠୁଁ ସହର ଯାଏ

        ଦେଖୁ ତୁମ ବେଶ ।।


ଚଣ୍ଡୀ ପାଠେ ମୁଖରିତ

        ତୁମ ଶକ୍ତି ପୀଠ

ଅହ ରହ ଚାଲିଥାଏ

       କେତେ ପୂଜା ପାଠ ।।


ବ୍ରହ୍ମା ବଳେ ବଳୀଆନ

        ମହିଷା ଅସୁର

ଥରାଇଲା ସ୍ୱର୍ଗ ମର୍ତ୍ତ୍ୟ

        କରି ଅତ୍ୟାଚାର ।।


ସ୍ୱର୍ଗେ ଦେବେ ଅତ୍ୟାଚାର

        ସହି ନ ପାରିଲେ

ତ୍ରାହିକର ତ୍ରାହିକର

       ତ୍ରିଦେବେ ଡାକିଲେ ।।


ତ୍ରିଦେବଙ୍କ ଦିବ୍ୟଶକ୍ତି

         ବଳେ ମାତ ଜାତ

ତ୍ରିଶକ୍ତିର ଗୁଣମାନ

         ହୋଇଛନ୍ତି ପ୍ରାପ୍ତ ।।


ଅଖଣ୍ଡର ମହାଶକ୍ତି

         ହେଲେ ଦଶଭୁଜା

ଦଶଭୁଜେ ଦେଲେ ଅସ୍ତ୍ର

         ଦେବାପାଇଁ ସଜା ।।


ସିଂହ ବାହିନୀରେ ମାତ

        ହେଲେ ଆବିର୍ଭାବ

ମହିଷାସୁର ବଧରେ 

        ଭାଙ୍ଗିଦେଲେ ଗର୍ବ ।।


ମଙ୍ଗଳ କାରିଣୀ ମା'ଗୋ 

         ସଙ୍କଟ ତାରିଣୀ

ଶଙ୍କଟରେ ଉଭାହୋଇ

         କରିଥାଉ ଋଣୀ ।।


ସଦବୁଦ୍ଧି ସଦଜ୍ଞାନ

        ଦେଉଥିବୁ ମୋତେ

ଭକ୍ତିଭାବ ତୋ ଚରଣେ

        ରହିଥାଉ ଚିତ୍ତେ ।।


ଏ କଳି ଯୁଗରେ ମାତ

           ଅସୁର ଅନେକ

ମହିଷାସୁର ବେଶରେ

         ଗିଳୁଛନ୍ତି ଲୋକ ।।


ହେ ଦେବୀ ହେ ଦେବୀ ମାତ 

            ଡାକୁଥାଏ ମୁହିଁ

ଜଗତ ଉଦ୍ଧାର କର

         ଜନ ହିତ ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational