STORYMIRROR

Sunanda Mohanty

Action Fantasy Thriller

4  

Sunanda Mohanty

Action Fantasy Thriller

ଲୁହ

ଲୁହ

1 min
318


ଲୁହ ଭିତରେ କେତେ ଭାଷା ଓ ଶବ୍ଦ

ଆଖି ଭିତରେ ଫୁଟି ଫୁଟି ଉବୁଟୁବୁ

ହେଲା ପରେ ବାହାରକୁ ଆସେ

ଶବ୍ଦହୀନ ଗନ୍ଧହୀନ

କିନ୍ତୁ ଲେଖିଦେଲେ ଫର୍ଦ ଫର୍ଦ

ଦରଜ ସବୁର ହିସାବ ରଖୁଛି କିଏ

ଔଷଧ ବି ନାହିଁ

ଲୁହ କାହିଁକି ଉତୁରି ପଶେ ଆଖି କଣେ

କେହି ଜାଣିଥିଲେ ବି ସସ୍ପଷ୍ଟ ଅଟଇ

ରୂପ ତାର ଝଲମଲ ରୁପାଝରା କାନ ଝୁମୁକା ପରି

ସୁନାଝରା ହୁଏ ଲୁହ ବୋଉ ପଣତରେ 

ବାପାଙ୍କ ଦେଖାରେ

ଭାଇ ପାପୁଲିରେ

ଭଉଣୀ ହୃଦୟରେ

ଆଉ ଜୀବନ ସାଥି ଯେବେ ବୁଝେ ମୂଲ୍ୟ

ଲୁହର ଅମୁଲ୍ୟ ମୂଲ୍ୟ

ବଣିକ ଆଣିଥିବା ବୈଭବରୁ ଟିକେ ବେଶି

ଜଗା ଆଖି କଜ୍ଜଳେ ସଜ୍ଜଳ ହୁଏ ଲୁହ

ଭକ୍ତି ଓ ଭାବରେ ଦେଲେ ଥରଟେ ପରଷି

ଲୁହ ନୁହେଁ ଜଳ ବିନ୍ଦୁ ବଉଦ ଫାଙ୍କରୁ ଖସି

ବରଂ ପଞ୍ଚାମୃତ ଟୋପେ

ଭକ୍ତ ଭଗବାନ ଭିତର ରସି

ଲୁହ ଟୋପେର ମୂଲ୍ୟ

ମୁଲଚାଲ ହୁଏନା ଭରସି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action