STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ମାଆ ସ୍କନ୍ଧମାତା

ମାଆ ସ୍କନ୍ଧମାତା

1 min
210

ମହାଳୟାଠାରୁ ଶୁକ୍ଳଦଶମୀ ପର୍ଯ୍ୟନ୍ତ 

ମାଆ ଶକ୍ତିରୁପା ସ୍କନ୍ଧମାତା ନାମ ବହି

ଆସୁଛୁ ଧରାକୁ ଲେଖିବାକୁ କର୍ମ ବହି

ମଣିଷକୁ ରକ୍ଷା ଦାନବ ସଂହାର ପାଇଁ

ବନଦୁର୍ଗା ବେଶ ପଦ୍ମମୁଖି ହସ ନାଇ

ଦେବୀ ଅଧିଷ୍ଠାତ୍ରୀ ନବଦୁର୍ଗା ବେଶ ହୋଇ

କାଶତଣ୍ଡୀ ସାଥେ ଧରାରେ ପୂଜା ତୋ

ପଞ୍ଚମୀ ତିଥିରେ ଏକାଗ୍ରତା ଯାଅ ଦେଇ

ହସ୍ତେ କିଙ୍କିଣି ପଦ୍ମବଦନୀ ଆଶିଷ ସର୍ବେ ପାଇ

ଧନ ଜନ ଗୋପ ଲଷ୍ମୀ ଦେବାକୁ ତୋ ଶକ୍ତି ଥାଇ

ତୁହି ମା ଛିନ୍ନମସ୍ତା ଦିଗମ୍ବରୀ ଶୁନ୍ୟ ହସ୍ତା

ମହୀକୁ ରଖିବା ପାଇଁ ସାଧନା ସିଦ୍ଧି ପୂଜିଲେ ମିଳଇ

ପଦ୍ମବରଣୀ ମାତା କାତ୍ୟାୟାନୀ ତୋ ଆଶୀର୍ବାଦ ପାଇ

ଭୂତ ପ୍ରେତ ଭାବନା ମନରୁ ଦୂରେଇ ଦେଇ

ମୁଣ୍ଡ ମଣ୍ଡନା ନାଗ ଉପବିତ ଭୂଷଣା ଦେହି

ଭାଗ୍ୟ ଲିଖନ ବଦଳେଇ ପାରୁ ସିନା ଏକା ତୁହି

କରୁଛି ପ୍ରଣାମ ମାଆ ଛେଦ ଗଳ ଗ୍ରହ ସଭିଙ୍କର

ମାଆ ସାହା ହୋଇ ରହିଥାଆ ତୁହି

ମାଆ ସ୍କନ୍ଧମାତା ହୋଇ ଆବିର୍ଭୁତ ରକ୍ଷାକର ମହୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics