STORYMIRROR

Kabiratna Nutan Kumar Behera

Abstract Romance Thriller

4  

Kabiratna Nutan Kumar Behera

Abstract Romance Thriller

ତୁମ ପ୍ରେମ ଲାଗେ ମୋତେ ବିଷମ

ତୁମ ପ୍ରେମ ଲାଗେ ମୋତେ ବିଷମ

1 min
264


ତୁମ ପ୍ରେମ ଲାଗେ ମୋତେ ବିଷମ

ଆଈ ମା' କାହାଣୀ ମୁଣିର ଉଡ଼ନ୍ତା କଠଉ

ଆଉ ବୁଢ଼ୀ ଅସୁରୁଣୀର ଗପ ପରି

ଯେତିକି ଆବେଗ ପୂର୍ଣ୍ଣ ରହସ୍ୟଜନକ

ସେତିକି କୌତୁହଳପୂର୍ଣ୍ଣ ରୋମାଞ୍ଚକର

ପୁଣି ଲୋମହର୍ଷଣକାରୀ ଦୁଃସାହସିକ

ବିକଟାଳ ଭୟଙ୍କର ରୂପ କିମ୍ଭୁତକିମାକାର

ମନ ମୁତାବକ ବେଶ ବଦଳାଇ ଥରକୁ ଥର

ହୁଅ ତୁମେ ଅନିନ୍ଦ୍ୟ ସୁନ୍ଦରୀ ଅପସରୀ

ତୁମେ ଆକର୍ଷି ନିଅ ମୋତେ ହାତ ଠାରି

ଭୟରେ ହୁଏ ସଂକୁଚିତ ଯାଏଁ ମୁଁ ଡ଼ରି

ତୁମେ ତୁମ ପ୍ରେମର କୁହକ ବାଡ଼ିରେ

ସ୍ପର୍ଶ କରି ନିଅ ମୋତେ ତୁମ ପାଖକୁ ଓଟାରି

ସମ୍ମୋହନରେ ଦିଏ ମୁଁ ମୋ ଚେତନା ହାରି

ତୁମ ଇଚ୍ଛା ମାତ୍ରେ ଭେଣ୍ଡାକୁ କର ମେଣ୍ଢା

କେଶର ବେଶକୁ ନାଶି କର ଲଣ୍ଡା

ଖୋଲିଲେ ପାଟି ଦେଖାଅ ବାରହାତ ଖଣ୍ଡା

ଦିନରେ କରି ରଖ ନିର୍ଜୀବ କାଠ ପାଷଣ

ରାତିରେ ଦିଅ ମୋତେ ଜୀବନ୍ୟାସ

ମୋହର ଆସକ୍ତିରେ ମୁଁ ଯାଏଁ ମଜି ହଜି 

ପାଏନା ନିଜକୁ ନିଜ ଭିତରେ ଖୋଜି

ତୁମ ପ୍ରେମ ଲାଗେ ମୋତେ ବିଷମ

ଜୀବନ ହୁଏ ଉଚ୍ଛନ୍ନ ଲାଗେ ସବୁ ଭ୍ରମ 

ଆଗରେ ଦେଖେ ଅଗନାଅଗନୀ ବନସ୍ତ

ନିଘଞ୍ଚ ବିପଦପୂର୍ଣ୍ଣ ସ୍ଵାପଦଶଙ୍କୁଳ

ପାଦ ବଢ଼ାଇଲେ ଛାତି ଥରେ ମୋର

ସାମନ୍ୟ ପବନରେ ବି ବରଡା ପତ୍ର ପରି 

ଜୀବନ ଖୋଜେ ମୁଁ ପାଇବାକୁ ଫେରି

ସେ ତ ଗୁପତେ ରଖିଛ ଅସୁରୁଣୀ ହୋଇ

ସାତ ତାଳ ପାଣି ପଙ୍କ ଭିତରେ

ଅଛି ଯାଦୁ ନଗରୀର ରଙ୍ଗମହଲ କୋଠରୀ

ତା' ଭିତରର ସିନ୍ଦୁକର ଫରୁଆରେ

ଜୀବନକୁ ମୋର କରି ରଖିଛ ତୁମେ ବନ୍ଦୀ

ମୁଁ ଅଣନିଃଶ୍ବାସୀରେ ହୁଏ ଖାଲି ଛନ୍ଦି

ନା ପାରୁଛି ହସି ନା ପାରୁଛି କାନ୍ଦି

ଜମାରୁ ପାରୁନି ତ ମୁଁ କିଛି ବି ବୁଝି

ତୁମ ମତରେ ହୋଇ ପାରୁନି ମୁଁ ରାଜି 

ଭାଗ୍ୟକୁ ନିନ୍ଦେ ତୁଚ୍ଛ ହୀନ ଲାଗେ କରମ 

ତୁମ ପ୍ରେମ ଲାଗେ ମୋତେ ବିଷମ...।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract