STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଗୁରୁ ରୂପେ ବ୍ରହ୍ମା

ଗୁରୁ ରୂପେ ବ୍ରହ୍ମା

1 min
312


ମଣିଷର ମାନବିକତା

ମଣିଷପଣିଆ ଉଜ୍ଜୀବିତ କରି

ଗୁରୁଙ୍କୁ ଦେଲ ପ୍ରଭୁ ସମାଜେ ଦାନ 

ଶିଖାନ୍ତି ଆଲୋକର ପୁଣ୍ୟ

କହନ୍ତି ଦାନ ଧର୍ମ ସେଵା କାରଣେ 

କାର୍ପଣ୍ୟ କରନା

ଗୁରୁ ସଭିଙ୍କୁ ମିଳନ୍ତିନି

ଗୁରୁ ସବୁରି ଦ୍ୱାରେ ଆସନ୍ତିନି

ଗୁରୁଙ୍କୁ ଆଣିବାକୁ ହେବ

ପିମ୍ପୁଡି ପରି

ସଂଯମ ଆଚରି

ବ୍ୟବହାରିକ ଜ୍ଞାନ ଭଣ୍ଡାରୁ

କିଛି ମାତ୍ର ଆହରଣ କରି

ମାନବ ଜାତିର କଲ୍ୟାଣକାରୀ

ଜୟ ହୋ ଗୁରୁ ଗୁରୁତୁଲ୍ୟ ଗୁରୁଜନ

ପ୍ରଣାମ ଓ ନିବେଦନ

ପଥ ଓ ପାଥେୟକୁ ଆଶ୍ରାକରି

ଜ୍ଞାନ ଆହରଣେ ମନ ରହୁ ସବୁଙ୍କରି

ଜୟ ଜ୍ଞାନ ଗୁଣର ମାହାରୀ

ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର

ପୁଣି ଦେବୀ ଦୁର୍ଗା କାଳୀ ମାହେଶ୍ୱରୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract