STORYMIRROR

Sunanda Mohanty

Abstract Romance Thriller

4  

Sunanda Mohanty

Abstract Romance Thriller

ପ୍ରେୟସୀ

ପ୍ରେୟସୀ

1 min
241


ତୁମେ ଚାଲିରେ ଫୁଟେ ପଦ୍ମ

ତୁମ ଚାହାଁଣୀ କୃଷ୍ଣଚୁଡା ମନ୍ଦ ମନ୍ଦ

ପାରିଜାତ ଗନ୍ଧ

ଶୁନ୍ୟ ମନେ ଭରି ପ୍ରେମ

ମାଟି ମଟାଳକୁ ନିଜର କଲ

ସୁନା ଝରା ଝୋଟି ମନ କାନ୍ଥେ ଫୁଟାଇଲ

ଚୁପି ଚୁପି ତୋଳି ପ୍ରୀତି ଫୁଲ

ଅବୁଝା ଆଖିରେ ଆଦ୍ୟ ଶ୍ରାବଣ ଖଞ୍ଜିଲ

ଠାକୁର ଖଟୁଲିରେ ଶାନ୍ତି ଶ୍ରଦ୍ଧା ପ୍ରୀତିକୁ

ଚତୁର୍ଦ୍ଧାଙ୍କ ଭିତରେ ସ୍ଥାପିଲା ପରେ

ରହିଥାନ୍ତି କେମିତି ନିରସ ଅପ୍ରେମ

ପ୍ରିୟତ୍ତମା ତୁମେ ନୀତି ଓ ନିୟମ

ପୁଣ୍ୟ ନିକିତିରେ ଶୁନ୍ୟ ଘରେ ପ୍ରେମ ପୂର୍ଣ୍ଣ

ନିର୍ଜୀଵ ଆକାଶରେ ଟୋପା ଟୋପା ପ୍ରେମ

ବାରିରେ ମୁଗ୍ଧ ଚକିତ ଚମତ୍କୃତ

ନୀରବତା କାଶତଣ୍ଡୀ ସାଜି

ପ୍ରେୟସୀ କୁନ୍ତଳରେ ଫଗୁଣ ବିରାଜି

ମନ ନେଇ ମନେ ଦେଲ ଝଙ୍କାର ଜାଗୃତି

ପ୍ରିୟତ୍ତମା ତୁମେ ଅବା କବିତାର ପଂକ୍ତି

ମୋ ନିସ୍କୃତି ଚଇତିର ପ୍ରଥମ ପାହାନ୍ତି

କୋଣାର୍କ ନର୍ତ୍ତକୀ ଏବେ ଜୀବନ୍ତିକା

ହାତପାଆନ୍ତି ଏମିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract