ପ୍ରେୟସୀ
ପ୍ରେୟସୀ
ତୁମେ ଚାଲିରେ ଫୁଟେ ପଦ୍ମ
ତୁମ ଚାହାଁଣୀ କୃଷ୍ଣଚୁଡା ମନ୍ଦ ମନ୍ଦ
ପାରିଜାତ ଗନ୍ଧ
ଶୁନ୍ୟ ମନେ ଭରି ପ୍ରେମ
ମାଟି ମଟାଳକୁ ନିଜର କଲ
ସୁନା ଝରା ଝୋଟି ମନ କାନ୍ଥେ ଫୁଟାଇଲ
ଚୁପି ଚୁପି ତୋଳି ପ୍ରୀତି ଫୁଲ
ଅବୁଝା ଆଖିରେ ଆଦ୍ୟ ଶ୍ରାବଣ ଖଞ୍ଜିଲ
ଠାକୁର ଖଟୁଲିରେ ଶାନ୍ତି ଶ୍ରଦ୍ଧା ପ୍ରୀତିକୁ
ଚତୁର୍ଦ୍ଧାଙ୍କ ଭିତରେ ସ୍ଥାପିଲା ପରେ
ରହିଥାନ୍ତି କେମିତି ନିରସ ଅପ୍ରେମ
ପ୍ରିୟତ୍ତମା ତୁମେ ନୀତି ଓ ନିୟମ
ପୁଣ୍ୟ ନିକିତିରେ ଶୁନ୍ୟ ଘରେ ପ୍ରେମ ପୂର୍ଣ୍ଣ
ନିର୍ଜୀଵ ଆକାଶରେ ଟୋପା ଟୋପା ପ୍ରେମ
ବାରିରେ ମୁଗ୍ଧ ଚକିତ ଚମତ୍କୃତ
ନୀରବତା କାଶତଣ୍ଡୀ ସାଜି
ପ୍ରେୟସୀ କୁନ୍ତଳରେ ଫଗୁଣ ବିରାଜି
ମନ ନେଇ ମନେ ଦେଲ ଝଙ୍କାର ଜାଗୃତି
ପ୍ରିୟତ୍ତମା ତୁମେ ଅବା କବିତାର ପଂକ୍ତି
ମୋ ନିସ୍କୃତି ଚଇତିର ପ୍ରଥମ ପାହାନ୍ତି
କୋଣାର୍କ ନର୍ତ୍ତକୀ ଏବେ ଜୀବନ୍ତିକା
ହାତପାଆନ୍ତି ଏମିତି ।

