ଜହ୍ନ
ଜହ୍ନ
କେବେ ଥିଲ ତୁମେ
ଶିଶୁର ହସରେ ଶରଗଶଶୀ
କେବେ ଥିଲ ପୁଣି ଉଛୁଳା ନଈର
ଚନ୍ଦ୍ରମା ପରି ଶଶୀ
କେବେ ଥିଲ ତୁମେ ଜୀବନେ
ଅଭେଦ ପ୍ରୀତିର ସାକ୍ଷୀ
କେବେ ବି ପ୍ରେମିକ ସାଜି
ଚୁମ୍ବନ ଦେଉଥିଲ ଚନ୍ଦନ ପରି ଥାପି
କେବେ ଥିଲ ତୁମେ ଆଈମା କାହାଣୀ
ସାତତାଳ ରାଜା ପୁଅ ସାଜି
ଇସ୍ରୋ କହେ ଆଜି
ତୁମେ ଏକ ଗ୍ରହ ତୁମ ଛାତିରେ ନାଁ ଲେଖି
ଘର ବାଡ଼ି ଜମି କିଣିବ ମଣିଷ
ଗୁଣ୍ଠେ କି ଦିଗୁଣ୍ଠେ ମାପି
କେବେ ଥିଲ ତୁମେ ପ୍ରତିଶ୍ରୁତିଟିଏ
ପ୍ରେମିକାକୁ ଦେବା ଲାଗି
ଜହ୍ନରେ ଜାଗାଟେ କିଣି ଦେଉଥିଲା କିଏ
ପ୍ରେମରେ ସର୍ତ୍ତ ଓ ସ୍ୱାର୍ଥ ଉର୍ଦ୍ଧକୁ ରଖି
ଏବେ ଏବେ ଯେବେ ପ୍ରଜ୍ଞାନ ରାଡା଼ର ବଳରେ
ତୁମ କଥା ସବୁ ଯୋଖି
ପଠାଏ ବିଜ୍ଞାନଗାରକୁ ରାଧା ପଚାରନ୍ତି ସଖି
ଏଇ ସେହି ଜହ୍ନ କଳଙ୍କ କରିକି ବହନ
ପ୍ରେମରେ ଡୁବାଏ ଆଖି
ସଖି କହେ ଆଗୋ ବୃଷଭାନୁ ଜେମା
ଚନ୍ଦ୍ରରେ ତୋଳିବା ନଅର ନିଜ ନିଜ ନାମ ଲେଖି
ତୁମେ ଯଦି ପାର ଲେଖିଦେଇପାର
କୃଷ୍ଣ ସଙ୍ଗେ ନାମ ଯୋଖି
ତଥାପି କହିବି କହିବେନି କେହି
ତୁମେ ନିରିମାଖୀ ଯମୁନାରେ ସଖି
ଜହ୍ନ ଦେଖୁଥାଅ ଆଉ ପୂର୍ଣ୍ଣମୀକୁ କେତେ ବାକି
ଅମାବାସ୍ୟା ଆସିବା ପୂର୍ବରୁ ଶ୍ୟାମଙ୍କୁ ପତର ଲେଖି
କଦମ୍ବ ମୂଳେ ଯମୁନା କୂଳେ ବସିବାକି ଚନ୍ଦ୍ରମୁଖି
ଜହ୍ନ ଆମକୁ ଦେଖୁଛି ବଉଦ ଫାଙ୍କରୁ
ଏବେ ଏବେ ସିଏ ଏଲିଅନ ବାସସ୍ଥଳୀ
ପଡଇ ଉଛୁଳି ମଉଳି ବଉଳି ସାକ୍ଷୀ ସେଇ
ଚକାଆଖି ।।
