STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଜହ୍ନ

ଜହ୍ନ

1 min
255


କେବେ ଥିଲ ତୁମେ

ଶିଶୁର ହସରେ ଶରଗଶଶୀ

କେବେ ଥିଲ ପୁଣି ଉଛୁଳା ନଈର

ଚନ୍ଦ୍ରମା ପରି ଶଶୀ

କେବେ ଥିଲ ତୁମେ ଜୀବନେ

ଅଭେଦ ପ୍ରୀତିର ସାକ୍ଷୀ

କେବେ ବି ପ୍ରେମିକ ସାଜି

ଚୁମ୍ବନ ଦେଉଥିଲ ଚନ୍ଦନ ପରି ଥାପି

କେବେ ଥିଲ ତୁମେ ଆଈମା କାହାଣୀ

ସାତତାଳ ରାଜା ପୁଅ ସାଜି

ଇସ୍ରୋ କହେ ଆଜି

ତୁମେ ଏକ ଗ୍ରହ ତୁମ ଛାତିରେ ନାଁ ଲେଖି

ଘର ବାଡ଼ି ଜମି କିଣିବ ମଣିଷ

ଗୁଣ୍ଠେ କି ଦିଗୁଣ୍ଠେ ମାପି

କେବେ ଥିଲ ତୁମେ ପ୍ରତିଶ୍ରୁତିଟିଏ

ପ୍ରେମିକାକୁ ଦେବା ଲାଗି

ଜହ୍ନରେ ଜାଗାଟେ କିଣି ଦେଉଥିଲା କିଏ

ପ୍ରେମରେ ସର୍ତ୍ତ ଓ ସ୍ୱାର୍ଥ ଉର୍ଦ୍ଧକୁ ରଖି

ଏବେ ଏବେ ଯେବେ ପ୍ରଜ୍ଞାନ ରାଡା଼ର ବଳରେ

ତୁମ କଥା ସବୁ ଯୋଖି

ପଠାଏ ବିଜ୍ଞାନଗାରକୁ ରାଧା ପଚାରନ୍ତି ସଖି

ଏଇ ସେହି ଜହ୍ନ କଳଙ୍କ କରିକି ବହନ

ପ୍ରେମରେ ଡୁବାଏ ଆଖି

ସଖି କହେ ଆଗୋ ବୃଷଭାନୁ ଜେମା

ଚନ୍ଦ୍ରରେ ତୋଳିବା ନଅର ନିଜ ନିଜ ନାମ ଲେଖି

ତୁମେ ଯଦି ପାର ଲେଖିଦେଇପାର

କୃଷ୍ଣ ସଙ୍ଗେ ନାମ ଯୋଖି

ତଥାପି କହିବି କହିବେନି କେହି

ତୁମେ ନିରିମାଖୀ ଯମୁନାରେ ସଖି

ଜହ୍ନ ଦେଖୁଥାଅ ଆଉ ପୂର୍ଣ୍ଣମୀକୁ କେତେ ବାକି

ଅମାବାସ୍ୟା ଆସିବା ପୂର୍ବରୁ ଶ୍ୟାମଙ୍କୁ ପତର ଲେଖି

କଦମ୍ବ ମୂଳେ ଯମୁନା କୂଳେ ବସିବାକି ଚନ୍ଦ୍ରମୁଖି

ଜହ୍ନ ଆମକୁ ଦେଖୁଛି ବଉଦ ଫାଙ୍କରୁ

ଏବେ ଏବେ ସିଏ ଏଲିଅନ ବାସସ୍ଥଳୀ

ପଡଇ ଉଛୁଳି ମଉଳି ବଉଳି ସାକ୍ଷୀ ସେଇ

ଚକାଆଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract