ଚିଲିକା
ଚିଲିକା
ତୁମେ ସିନା କୋଠ ଭୋଗଖିଆ
ରହିଗଲ ରତନସିଂହାସନେ
ତୁମ ପ୍ରେମିକା ଭିତରୁ ଅନେକ
ତୁମ କଥା ଭାବନ୍ତି ପ୍ରକୃତିରେ
ସୁଶୋଭିତ ଥାଇ
ଏଇ ଯେମିତି ଚିଲିକା
କଣ ତାକୁ ନଦେଇଛ
ହେବାକୁ ବିଭବମୟୀ
ଜାଇଙ୍କୁ କଲ କାଳିଜାଇ
ପକ୍ଷୀ ଡ଼ଲଫିନ ନଳବଣ
ନୀଳ ଜଳରାଶିର ଆତ୍ମିୟତା ପଣ
ସମ୍ମୋହନ ଆଉ ଅଛି କେଉଁଠି କାହିଁ
ଜାଇ ଭୁଲି ବାପଘର ଶାଶୁଘର
ହେଇଗଲେଣି ସମ୍ପୂର୍ଣ୍ଣ ଭକ୍ତର
ମାଛରଙ୍କା ପକ୍ଷୀ ରାବ
ଶାଙ୍କୁଚ ଜେଲି ଠାଵ
ନାଉରୀଆ ଭାଇର ଗୀତ
ତଲେଇ ଟଣା ଡ଼ଙ୍ଗାର ଆକର୍ଷଣ
କିଏ ଦେବ ଆଉ କୋଉଠି
ମୋ ଓଡିଶା ରାଇଜର ଗର୍ବ ଗୌରବ
ଏତେ ସଜୀଵ ନିର୍ଜୀଵ ଭିତରେ
ଚିଲିକା ତୁ ସୌନ୍ଦର୍ଯ୍ୟମୟୀ
ଥରେ ଡାକିଦେଲେ କୋଳକରି ନେବାକୁ
କାହିଁ କେତେଦୂରୁ କିଏ କେତେ ଆସେ ଧାଇଁ
ଜଗନ୍ନାଥ ଭାସୁଥିଲେ ଉପରକୁ କାଠଗଣ୍ଡି ହୋଇ
ମୁହାଣେ ପା ପ୍ରେମିକାର ଆଲିଙ୍ଗନେ ଥିଲେ ରହି ।।
