STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଚିଲିକା

ଚିଲିକା

1 min
281


ତୁମେ ସିନା କୋଠ ଭୋଗଖିଆ

ରହିଗଲ ରତନସିଂହାସନେ

ତୁମ ପ୍ରେମିକା ଭିତରୁ ଅନେକ

ତୁମ କଥା ଭାବନ୍ତି ପ୍ରକୃତିରେ

ସୁଶୋଭିତ ଥାଇ

ଏଇ ଯେମିତି ଚିଲିକା

କଣ ତାକୁ ନଦେଇଛ

ହେବାକୁ ବିଭବମୟୀ

ଜାଇଙ୍କୁ କଲ କାଳିଜାଇ

ପକ୍ଷୀ ଡ଼ଲଫିନ ନଳବଣ

ନୀଳ ଜଳରାଶିର ଆତ୍ମିୟତା ପଣ 

ସମ୍ମୋହନ ଆଉ ଅଛି କେଉଁଠି କାହିଁ

ଜାଇ ଭୁଲି ବାପଘର ଶାଶୁଘର

ହେଇଗଲେଣି ସମ୍ପୂର୍ଣ୍ଣ ଭକ୍ତର

ମାଛରଙ୍କା ପକ୍ଷୀ ରାବ

ଶାଙ୍କୁଚ ଜେଲି ଠାଵ

ନାଉରୀଆ ଭାଇର ଗୀତ

ତଲେଇ ଟଣା ଡ଼ଙ୍ଗାର ଆକର୍ଷଣ

କିଏ ଦେବ ଆଉ କୋଉଠି

ମୋ ଓଡିଶା ରାଇଜର ଗର୍ବ ଗୌରବ

ଏତେ ସଜୀଵ ନିର୍ଜୀଵ ଭିତରେ 

ଚିଲିକା ତୁ ସୌନ୍ଦର୍ଯ୍ୟମୟୀ

ଥରେ ଡାକିଦେଲେ କୋଳକରି ନେବାକୁ

କାହିଁ କେତେଦୂରୁ କିଏ କେତେ ଆସେ ଧାଇଁ

ଜଗନ୍ନାଥ ଭାସୁଥିଲେ ଉପରକୁ କାଠଗଣ୍ଡି ହୋଇ

ମୁହାଣେ ପା ପ୍ରେମିକାର ଆଲିଙ୍ଗନେ ଥିଲେ ରହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract