STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ସୁରଜ ବନ୍ଧୁ

ସୁରଜ ବନ୍ଧୁ

1 min
316


ତମ ସମୟ ବାଣ୍ଟୁ ବାଣ୍ଟୁ

ତମେ ବନ୍ଧୁ ହେଲ

ବାଣ୍ଟିଲ ଦଗାବାଜ ସମୟର

କିଛି ସୁଖ ଦୁଃଖ

ଅସହଣି ଦୁନିଆଁ ରାସ୍ତାରେ

ଅନ୍ତରଙ୍ଗ ଶବ୍ଦ

ତମେ ଚାହିଁଲେ ଦୁଃଖ ଅପହଞ୍ଚ

ତୁମେ କହିଲେ କର୍ଣ୍ଣ ପଟଳେ ଓଁ ମନ୍ତ୍ର

ସମାଜ ଅବକ୍ଷୟ ତନ୍ତ୍ରରେ

ତୁମେ ଆଜିକାଲି ନୀରବ ନିସ୍ତବ୍ଦ

ବାସି ହେଲା ସ୍ନେହ ପ୍ରୀତି ଲୋଡା ଖୋଜା

ବାହାଘର ବ୍ରତଘରେ ତୁମେ

ରକ୍ତ ସମ୍ପର୍କ ଉର୍ଦ୍ଧରେ ଥିଲ

ଭାବ ନାବ ଚାଲୁଥିଲା ବେଳେ

ଅଦିନରେ ବର୍ଷା ହେଉଥିଲ

ଏବେ ବିଜୁଳି ମାରିଲେ ଚଡକ

ବିଶ୍ୱାସର ନିଶ୍ୱାସରେ କଳଙ୍କ

ସେ ଦିନ କୁଆଡେ ଗଲା

ଅଭିଧାନ କହୁନାହିଁ

ସମ୍ପର୍କ ଫୁଲ ଫୁଟୁନାହିଁ

ଏଯାବତ ଅଟକି ଥିବା ସେତୁବନ୍ଧ

ଗଳିଆ ରୁ ଘାଇ

ସତରେ ସମୟଟା ଦଗାବାଜ ଥିଲା

ନା ଏକକିତା ନଥି ହୋଇଗଲା

ଭାବୁଛି ଅନେକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract