ସୁରଜ ବନ୍ଧୁ
ସୁରଜ ବନ୍ଧୁ
ତମ ସମୟ ବାଣ୍ଟୁ ବାଣ୍ଟୁ
ତମେ ବନ୍ଧୁ ହେଲ
ବାଣ୍ଟିଲ ଦଗାବାଜ ସମୟର
କିଛି ସୁଖ ଦୁଃଖ
ଅସହଣି ଦୁନିଆଁ ରାସ୍ତାରେ
ଅନ୍ତରଙ୍ଗ ଶବ୍ଦ
ତମେ ଚାହିଁଲେ ଦୁଃଖ ଅପହଞ୍ଚ
ତୁମେ କହିଲେ କର୍ଣ୍ଣ ପଟଳେ ଓଁ ମନ୍ତ୍ର
ସମାଜ ଅବକ୍ଷୟ ତନ୍ତ୍ରରେ
ତୁମେ ଆଜିକାଲି ନୀରବ ନିସ୍ତବ୍ଦ
ବାସି ହେଲା ସ୍ନେହ ପ୍ରୀତି ଲୋଡା ଖୋଜା
ବାହାଘର ବ୍ରତଘରେ ତୁମେ
ରକ୍ତ ସମ୍ପର୍କ ଉର୍ଦ୍ଧରେ ଥିଲ
ଭାବ ନାବ ଚାଲୁଥିଲା ବେଳେ
ଅଦିନରେ ବର୍ଷା ହେଉଥିଲ
ଏବେ ବିଜୁଳି ମାରିଲେ ଚଡକ
ବିଶ୍ୱାସର ନିଶ୍ୱାସରେ କଳଙ୍କ
ସେ ଦିନ କୁଆଡେ ଗଲା
ଅଭିଧାନ କହୁନାହିଁ
ସମ୍ପର୍କ ଫୁଲ ଫୁଟୁନାହିଁ
ଏଯାବତ ଅଟକି ଥିବା ସେତୁବନ୍ଧ
ଗଳିଆ ରୁ ଘାଇ
ସତରେ ସମୟଟା ଦଗାବାଜ ଥିଲା
ନା ଏକକିତା ନଥି ହୋଇଗଲା
ଭାବୁଛି ଅନେକ ।।
