ମୁଁ କିଏ
ମୁଁ କିଏ
ପ୍ରଶ୍ନ ଗୋଟିଏ ବା ଏକମାତ୍ର
ଉତ୍ତର ଅନେଶତ
ମୁଁ ହେଇପାରେ ସୋ ଅହଂ କହୁଥିବା କେହି
ଯିଏ ମୃତ୍ୟୁ ପୂର୍ବରୁ ସଂଗ୍ରାମ କରୁଥିଲା
ଅହରହ ବଞ୍ଚିବାର ପ୍ରୟାସ ଭିତରେ
ପତ୍ରଝଡା ଦେଉଥିଲା
ଦିକ ଦିକ ଜଳିବା ଭିତରେ
ବଞ୍ଚିଥିଲା ମୃତବତ
କେବେ ଥିଲା ଅସମାପ୍ତ ସରହଦ
କେବେ କୁହେ ଦାଗ ଓ କଳଙ୍କ ଅଭେଦ
କେବେ ବି ବଞ୍ଚିଥିଲା କାଠକଣ୍ଢେଇ ସାଜି
ଶୁଙ୍ଘି ଶୁଙ୍ଘି ପ୍ରତାରଣା ଗଦ
ତଥାପି କହୁଥିଲା ମୋ ଅବସ୍ଥିତି ସ୍ଥିତି
ପୃଥିବୀ ପରି କମଳା ଲେମ୍ଭୁ ପରି ଚେପେଟା
ଭୌଗୋଳିକ ସୀମା ସରହଦ ଡେଇଁ ଗୋଟେ କି ଦିଇଟା
ସିଧା ସିଧା କେବେ ଅଧା ହାତ ବଙ୍କା ନିଶା ଝୁଂକା
ଅଢେଇ ଅକ୍ଷର ଏ ଜୀବନଟା
ଏଇ ଅଛି ଏଇ ନାହିଁ
ମାମୁଁ ଘରେ ଗୋଠେ ଗାଇ
ରାତି ପାହିଲେ ମୋଟେ ନାହିଁ
ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ
ମୁଁ ଯାଇଛିରେ ଆକାଶର ତାରା ହୋଇ
ବଞ୍ଚିଥିଲା ବେଳେ ମୁଁ କିଏ ଦୋହରାଏ
ବାରବାର ଏଇ ପ୍ରଶ୍ନ ଗୋଟେ ଦିଟା ।।
