STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ମୁଁ କିଏ

ମୁଁ କିଏ

1 min
255


ପ୍ରଶ୍ନ ଗୋଟିଏ ବା ଏକମାତ୍ର

ଉତ୍ତର ଅନେଶତ

ମୁଁ ହେଇପାରେ ସୋ ଅହଂ କହୁଥିବା କେହି

ଯିଏ ମୃତ୍ୟୁ ପୂର୍ବରୁ ସଂଗ୍ରାମ କରୁଥିଲା

ଅହରହ ବଞ୍ଚିବାର ପ୍ରୟାସ ଭିତରେ

ପତ୍ରଝଡା ଦେଉଥିଲା

ଦିକ ଦିକ ଜଳିବା ଭିତରେ

ବଞ୍ଚିଥିଲା ମୃତବତ

କେବେ ଥିଲା ଅସମାପ୍ତ ସରହଦ

କେବେ କୁହେ ଦାଗ ଓ କଳଙ୍କ ଅଭେଦ

କେବେ ବି ବଞ୍ଚିଥିଲା କାଠକଣ୍ଢେଇ ସାଜି

ଶୁଙ୍ଘି ଶୁଙ୍ଘି ପ୍ରତାରଣା ଗଦ

ତଥାପି କହୁଥିଲା ମୋ ଅବସ୍ଥିତି ସ୍ଥିତି

ପୃଥିବୀ ପରି କମଳା ଲେମ୍ଭୁ ପରି ଚେପେଟା

ଭୌଗୋଳିକ ସୀମା ସରହଦ ଡେଇଁ ଗୋଟେ କି ଦିଇଟା

ସିଧା ସିଧା କେବେ ଅଧା ହାତ ବଙ୍କା ନିଶା ଝୁଂକା

ଅଢେଇ ଅକ୍ଷର ଏ ଜୀବନଟା

ଏଇ ଅଛି ଏଇ ନାହିଁ

ମାମୁଁ ଘରେ ଗୋଠେ ଗାଇ

ରାତି ପାହିଲେ ମୋଟେ ନାହିଁ

ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ

ମୁଁ ଯାଇଛିରେ ଆକାଶର ତାରା ହୋଇ

ବଞ୍ଚିଥିଲା ବେଳେ ମୁଁ କିଏ ଦୋହରାଏ

ବାରବାର ଏଇ ପ୍ରଶ୍ନ ଗୋଟେ ଦିଟା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy