STORYMIRROR

Sunanda Mohanty

Fantasy Inspirational Thriller

4  

Sunanda Mohanty

Fantasy Inspirational Thriller

ନୂଆ ଲାଗେ ଏତେ କାହିଁ

ନୂଆ ଲାଗେ ଏତେ କାହିଁ

1 min
308


ଏବେ ଏବେ ଯେବେ ଗାଁକୁ ଯାଏ

ତୁମ ମୁହଁ ମତେ ନୂଆ ଲାଗେ

ଆକାଶେ ଦିନ ଦିବାକର ସୂର୍ଯ୍ୟ

ପ୍ରଚଣ୍ଡ ରୌଦ୍ର ପ୍ରକାଶେ

ରାତିର ଜହ୍ନ ନୂଆ ଲାଗେ

ଲୋରି ଆଜିକାଲି ଗାଉନି କେହି

ଜେଜୀ ମାଆ ଖୁଡି ମାଇଁ ଶିଶୁ ଆଗେ

ହମା ତ ଡାକୁଛି ବାଛୁରୀ କାଉ ବି ଡାକୁଛି କା

କାହିଁକି ଲୋକେ ବଦଳି ଯାଆନ୍ତି ବହେ ଅଚିହ୍ନା ବାଆ

ଋତୁମାନେ ସବୁ ମନ ଇଛା ଆସନ୍ତି ଯାଆନ୍ତି

ଠାଣି ତାଙ୍କ ବେପରୁୱା

ଯୁବକ ଏଠାରେ ଇନ୍ଦ୍ର ଯୁବତୀ ଭାବଇ ଚନ୍ଦ୍ର

ମନେ ସଭିଙ୍କର ରନ୍ଦ୍ର ଭିତରେ ଛିଦ୍ର

ଇର୍ଷା ଦ୍ୱେଷ ରାଗ ରୋଷ ବିବାଦ

ପଳାଇ ଆସି ଦେଖେ ନଦୀରେ ନାହିଁ ପାଣି

କହେ ଛୁଞ୍ଚି ଚାଲୁଣି ପାରୁନୁ ଜାଣି

ବରଷା ହେଉନି ଯାଗ ଯଜ୍ଞ କେ କରୁନି

ବିଲ ବନ୍ଧ ଗଡିଆ ପୋଖରୀ ଶୁଖିଗଲାଣି

ଗାଁ ମାଟି ଶୁଖି ଆଁ କରିଅଛି ହତାଶ ଚାଷୀ ଭାଇ

ହଳ ବଳଦ ଜୋଚୁନାହିଁ ଆକାଶ ଉଆସେ ଚାହିଁ

ମେଘ ସଵାରୀରେ ବରଷା ଆସୁନି କାହିଁ

ସହରେ ଦେଖିଲି ସବୁଜିମା ନାହିଁ

ଗୋଡି ପଥର ସିମେଣ୍ଟ କାମ

ଗାଁରୁ ହରିଆ ଆସିଛି ମାଗୁଛି କରୁଛି କାମ

ଭୁଲିଗଲାଣି ସେ ଗାଁରେ ହେଇ ଜନମ

ପେଟ ପାଇଁ ନାଟ କରିବ 

ଭୁଲିଗଲାଣି ଧରମ କରମ

ଜହ୍ନରେ ଜଗା କିଣିବେ ସଭିଏଁ ଏଥର

କିସ ହେବ ଆଉ ଗାଁ ବା ସହର

ଗଙ୍ଗଶିଉଳି ଖାଲି ମିଛରେ ଖାଇ ହାଉଳି

ରଜନୀଗନ୍ଧା ଗଲାଣି ମଉଳି

କୃଷ୍ଣଚୂଡା ହସେ ସାହାସେ ମାରି ତାଳି

ଅଢେଇ ଦିନର ବଡେଇ ଦେଖେଇ ମଣିଷ ଭାଳି

ଯିବ ଜହ୍ନ ଦେଶେ କରିବାକୁ ବସବାସ

ଯୁଗ ନାମ ଯେଣୁ କଳି

ବିଜ୍ଞାନ ଵିଜ୍ଞାନୀ ବୈଜ୍ଞାନିକ ଚିନ୍ତାଧାରାରେ ଉଛୁଳି

ସର୍ବେ ଦିଅନ୍ତି ତାଳି ହୁଅନ୍ତି ବି କୋଳାକୋଳି

ବୁଝିପାରେ ନାହିଁ ମୋ ଆଖିର ରଙ୍ଗ କାହିଁକି

 ଖୋଜୁଛି ସବୁଜ ନେଳି ।।


Rate this content
Log in

Similar oriya poem from Fantasy