STORYMIRROR

Biswanath Nayak

Inspirational Thriller

3  

Biswanath Nayak

Inspirational Thriller

ପ୍ରକାଶ ---------

ପ୍ରକାଶ ---------

1 min
188

ପ୍ରକାଶିଛ ତୁମେ

ଶିଶୁର ହସରେ

ପାଇବାକୁ ଟିକେ ସ୍ନେହ,

କୋଳେଇ ନେବି ମୁଁ

ଅତି ଆଦରରେ

ତେଜି ଭବ ମାୟାମୋହ । 

ତୁମେ ପ୍ରକାଶିଛ

ଫୁଲ ପାଖୁଡାରେ

ବିତରିବାକୁ ସୁବାସ,

ମୋ ମନ ମଧୁପ

ହୁଏ ପୁଲକିତ

ନିରେଖି ସେ ଫୁଲ ହସ। 

ପୁରିଅଛ ତୁମେ

ମାଆ ପଣତରେ

ଦେବାକୁ ବାତ୍ସଲ୍ୟ ସ୍ନେହ,

ମମତାବୋଳା ସେ

ପଣତକାନିରେ

ପୋଛୁଥିବି ସଦା ମୁହଁ । 

ବନ୍ଧୁର ସ୍ନେହରେ

ପ୍ରକାଶିଛ ତୁମେ

କୋଳେଇ ନେବାକୁ ମୋତେ,

ସୁଦାମା ସାଜି ମୁଁ

ଦେବି ଖୁଦଭଜା 

ରହିବ କଥା ଜଗତେ। 

ତୁମେ ପୁରିଅଛ

ମୋ ଦୁଇ ବାହୁରେ

ହୋଇ ଶତସିଂହ ବଳ,

ଡରିବି କାହିଁକି

ଫୁଟାଇବା ପାଇଁ

ବିଜୟର ଶତଦଳ!

ଅଛ ମୋ ଆଗରେ

ରୋଗୀଟିଏ ସାଜି

ପାଇବାକୁ ଟିକେ ସେବା,

ସ୍ନେହର ପରଶେ

ତୁମ ଓଠଧାରେ

ଫୁଟାଇବି ହସଆଭା। 

ଚାଲୁଛ ମୋ ଆଗେ

ଥୁରୁଥୁରୁ ପାଦେ

ବାର୍ଦ୍ଧକ୍ୟ ରୂପକୁ ଧରି,

ଆଶାବାଡି ସାଜି

ପୋଛିଦେବି ଲୁହ

ସ୍ନେହ ଓ ଆଦର କରି । 

ଦୁନିଆ ମୁକୁରେ

ସବୁଠାରେ ପ୍ରଭୁ

ଦିଶେ ତୁମରି ପ୍ରକାଶ,

ଆଖିବୁଜି ଯେବେ

ଦର୍ପଣେ ଚାହିଁବା

ଦର୍ପଣର କିବା ଦୋଷ!


Rate this content
Log in

Similar oriya poem from Inspirational